ETV Bharat / state

ପିଏନବି ଶାଖା ପରିଚାଳକଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି

author img

By

Published : Oct 18, 2020, 9:13 PM IST

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀ । ପିଏନବି ଶାଖା ପରିଚାଳକଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି । ଅଧିକ ପଢନ୍ତୁ.....

A non-bailable warrant has been issued in the name of the PNB branch manager
ପିଏନବି ଶାଖା ପରିଚାଳକଙ୍କ ନାଁରେ ଜାମିନ ବିହୀନ ପରବାନା ଜାରି

ବୌଦ୍ଧ : ଖାଉଟି ଅଦାଲତରେ ଦଣ୍ଡିତ ହେଲେ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀ । ଜଣେ ଦିବ୍ୟାଙ୍ଗଙ୍କୁ ବୀମା ରାଶି ପ୍ରଦାନରେ ହଇରାଣ କରାଯିବାକୁ ନେଇ ଏଭଳି ରାୟ ଦେଇଛନ୍ତି ଖାଉଟି ଅଦାଲତ । ସୂଚନା ମୁତାବକ ବୌଦ୍ଧର ଶ୍ରୀକାନ୍ତ ନାଏକ ନାମକ ଜଣେ ଯୁବକ ଦୀର୍ଘ ବର୍ଷରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକ ଥିଲେ । ଏଠାରେ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ସାମିଲ ହୋଇ ଅର୍ଥ ପୈଠ କରୁଥିଲେ । ତେବେ ଗତ ୨୦୧୫ ମସିହାରେ ଏକ ସଡକ ଦୁର୍ଘଟଣାରେ ଶ୍ରୀକାନ୍ତଙ୍କ ଗୋଡରେ ଗଭୀର ଆଘାତ ହୋଇ ଦିବ୍ୟାଙ୍ଗ ହୋଇଗଲେ ।

ତେଣୁ ବୀମା ନିୟମ ମୁତାବକ ବ୍ୟାଙ୍କରୁ ବୀମା ରାଶି ପାଇଁ ବାରମ୍ବାର ଦୌଡ଼ି ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସେ ବ୍ୟାଙ୍କ ଅଧିକାରୀଙ୍କ ନାଁରେ ଜିଲ୍ଲା ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଟାଳଟୁଳ ନିତି ଅବଲମ୍ବନ କରିବାରୁ ସେ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ସେଠାରେ ମଧ୍ୟ ବୌଦ୍ଧ ଜିଲ୍ଲା ଖାଉଟି ଅଦାଲତଙ୍କ ରାୟକୁ କାୟମ ରଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନାଁରେ ଜାମିନ ବିହୀନ ପରବାନା ଜାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.