ETV Bharat / state

ରାସ୍ତା କଡରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର - ଶିଶୁ ପୁତ୍ର

ବୌଦ୍ଧ ଜିଲ୍ଲା ଚାରିଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି । ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 14, 2019, 5:35 PM IST

ବୌଦ୍ଧ: ପୁଣି ଅଲୋଡା ହେଲା ଶିଶୁ । ରାଜ୍ୟରେ ନବଜାତ ଶିଶୁ ଉଦ୍ଧାର ଘଟଣା ବଢିବାରେ ଲାଗିଥିବାବେଳେ ବୌଦ୍ଧରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଚାରିଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ଶନିବାର ରାତିରେ ଛକ ନିକଟରେ ଶିଶୁଟି ପଡିଥିବା ଜଣେ ବ୍ୟକ୍ତି ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ଶିଶୁକୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ । ରବିବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାହାକୁ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟ ବର୍ତ୍ତମାନ ଭଲ ଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ । ତେବେ ଶିଶୁଟିର ପରିଚୟ ମିଳିପାରିନଥିବା ବେଳେ କିଏ ଓ କାହିଁକି ସେଠାରେ ଶିଶୁଟିକୁ ଫୋପାଡିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.