ବୌଦ୍ଧ : ପ୍ରକୃତ ହିତାଧିକାରୀଙ୍କୁ ଚୟନ ଦାବିରେ ଚାଲିଥିବା ଅହୋରାତ୍ର ଗଣଧାରଣାକୁ ପୁରିଲା ଏକ ମାସ । ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି । ହେଲେ ଚୁପ ହୋଇ ବସିଛି ପ୍ରଶାସନ ।
ଏହା ମଧ୍ୟ ପଢ଼ନ୍ତୁ... ଓଡ଼ିଶାରେ ପଡିବ ନାହିଁ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପ୍ରଭାବ
ଜନ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଯାହାର ପ୍ରକୃତ ହକଦାର ହେଉଛନ୍ତି ଗରିବ ତଥା ଦାରିଦ୍ର ରେଖା ତଳେ ଆସୁଥିବା ଲୋକ । କିନ୍ତୁ ଆବାସ ଯୋଜନାର ପ୍ରକୃତ ହିତାଧୀକାରୀଙ୍କୁ ମିଳିବା ପରିବର୍ତ୍ତେ ବିତଶାଳୀ ଲୋକ ଏହାର ଅନୈତିକ ଲାଭ ଉଠାଉଛନ୍ତି । ଫଳରେ ପ୍ରକୃତ ହିତାଧୀକାରୀଙ୍କୁ ଏବେ ମଧ୍ୟ ଚାଳ ଛପର ତଥା ଭଙ୍ଗା ଘରେ ରହୁଛନ୍ତି । ସଠିକ ହିତାଧୀକାରୀଙ୍କୁ କିଭଳି ଘର ତଥା ଅନ୍ୟାନ ସୁବିଧା ମିଳି ପାରିବ ସେନେଇ ଅହରାତ୍ର ଗଣଧାରଣାରେ ବସି ରହିଛନ୍ତି ଜିଲ୍ଲାର କିଛି ହିତାଧୀକାରୀ । ଏକ ମାସରୁ ଅଧିକ ସମୟ ହେବ ଏମାନେ ନିୟମିତ ଶୀତ କାକର ସହି ସେହି ସ୍ଥାନରେ ବସି ରହିଥିବା ବେଳେ ସରକାରଙ୍କୁ ଯେମିତି ଏସବୁ ଘଟଣାର ହୋସ ନାହିଁ । ତେବେ ଯେପର୍ଯ୍ୟନ୍ତ ସରକାର ତାଙ୍କ ସମସ୍ୟାର ସମାଧାନ କରି ନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏହି ଅହୋରାତ୍ର ଧାରଣାରେ ବସି ରହିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ; ଟ୍ୟାଗଲାଇନ ‘ଭାଷା ହିଁ ଭବିଷ୍ୟତ’
ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସମୁଦାୟ ୬୯ ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଏହି କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଆନ୍ଦୋଳନରେ ବସିଥିବା ଲୋକଙ୍କର ଦାବି କିମ୍ବା ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ ସତେ ଯେପରି ଆଖି ବୁଜି ଦେଇଛି । ନିର୍ବାଚନ ଆସିବା କ୍ଷଣି ସର୍ବାଙ୍ଗୀନ ବିକାଶର କେବଳ ଡିଣ୍ଡିମା ପିଟୁଛନ୍ତି ସରକାର । ହେଲେ ପ୍ରକୃତ ଚିତ୍ର କିଛି ଅଲଗା । ବିକାଶ କେବଲ ଫାଇଲ କାଗଜରେ ଦେଖାଯାଉଛି । ବାସ୍ତବ ଚିତ୍ର କାଗଜ ଚିତ୍ର ଠାରୁ ବହୁତ ଅଲଗା । ତେବେ ବାକି ରହିଲା ଦେଖିବାକୁ କେବେ ସରକାରଙ୍କ ନଜର ପଡୁଛି ଏହି ସବୁ ସମସ୍ୟା ଉପରେ ।
ଇଟିଭି ଭାରତ, ବୌଦ୍ଧ