ETV Bharat / state

ଗୁହାଳରେ ବିତୁଛି ଗୁପ୍ତେଶ୍ବରଙ୍କ ଜୀବନ - ରାଉତବାହାଲ ଗାଁ

ବୌଦ୍ଧ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁର ଗୁପ୍ତେଶ୍ବର ପ୍ରଧାନ । ସରକାରୀ ସହାୟତାଠୁ ଖୁବ ଦୂରରେ ଏହି ବୟସ୍କ ବ୍ୟକ୍ତି । ଗୁହାଳରେ କଟୁଛି ଜୀବନ । ନା ମିଳୁଛି ସରକାରୀ ଭତ୍ତା ନା ସରକାରୀ ସହାୟତା ।

ଡିଜାଇନ ଫଟୋ
author img

By

Published : Aug 29, 2019, 10:49 AM IST

Updated : Aug 29, 2019, 12:45 PM IST

ବୌଦ୍ଧ: ବୟସ୍କ ଲୋକଙ୍କ ପାଇଁ ସରକାରଙ୍କ ବହୁ ଯୋଜନା । ହେଲେ ସରକାରୀ ସହାୟତାଠୁ ଖୁବ ଦୂରରେ ବୌଦ୍ଧ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁର ଗୁପ୍ତେଶ୍ବର ପ୍ରଧାନ । ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ରହିବା ପାଇଁ ଘର ଖଣ୍ଡିଏ । ସେପଟେ ଅନେକ ରାଜନେତା, ପଞ୍ଚାୟତ ଅଧିକାରୀଙ୍କ ପାଖକୁ ଦୀର୍ଘ 20 ବର୍ଷ ହେଲାଣି ଦୌଡି ଦୌଡି ନୟାନ୍ତ ହେଲେଣି ଏହି ଅସହାୟ ବୃଦ୍ଧ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗୁପ୍ତେଶ୍ବରଙ୍କ ବୟସ 80 ବର୍ଷ । ବହୁ ଦିନ ପୂର୍ବରୁ ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଗଲେଣି । ଆଉ ଦୁଇ ଦୁଇଟି ପୁଅ ଥାଇ ବି ବୃଦ୍ଧ ବାପାଙ୍କୁ ଏକା ଛାଡି ଦେଇଛନ୍ତି । ବୟସାଧିକ ହେତୁ ଠିକରେ ଚାଲିବୁଲି ମଧ୍ୟ ପାରୁ ନାହାଁନ୍ତି । ଫଳରେ ଅସହାୟ ଅବସ୍ଥାରେ ବୃଦ୍ଧ ଗୁପ୍ତେଶ୍ବର ଏବେ ଏକ ଗୁହାଳ ଘରେ ଆଶ୍ରୟ ନେଇ ଶେଷ ଜୀବନ କାଟୁଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏତେ ବୟସ୍କ ବୃଦ୍ଧଙ୍କୁ ଆଜିଯାଏ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ ।

ଯେଉଁଠାରେ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ କୋଡିଏ ବର୍ଷ ର ସଂଘର୍ଷ କରିବାକୁ ପଡୁଛି ସେଠାରେ ପକ୍କାଘର ଏକପ୍ରକାର ସ୍ବପ୍ନ ହୋଇପଡିଛି। ତେବେ ତୁରନ୍ତ ଏହି ଅସହାୟ ବୃଦ୍ଧ ଙ୍କୁ ସରକାରୀ ସହାୟତା ଦେବା ସହ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଏକା ଏକା ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧ ।ଦୁଇ ଦୁଇଟି ଜନ୍ମ କଲା ପୁଅ ବୃଦ୍ଧ ବାପାଙ୍କୁ ପର କରିଦେଲେ ।ପତ୍ନୀ ମଧ୍ୟ ଦୀର୍ଘ ଦିନ ହେଲା ଏକା କରି ପର ପାରିରେ ।ଏବେ ଏକ ଭଙ୍ଗା ଗୁହାଳ ଘରେ ଜୀବନର ଶେଷ ସମୟ କାଟୁଛନ୍ତି ଅସହାୟ ବୃଦ୍ଧ ।
ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗାଁରେ ବାସ କରୁଛନ୍ତି ଅଶୀ ବର୍ଷରୁ ଉର୍ଦ୍ଧ୍ବ ଗୁପ୍ତେଶ୍ବର ପ୍ରଧାନ ।ବୟସାଧିକ ହେତୁ ଠିକରେ ଚାଲିବୁଲି ମଧ୍ୟ ପାରୁ ନାହାଁନ୍ତି । ପତ୍ନୀ ଙ୍କ ବହୁଦୂରରୁ ସ୍ବର୍ଗବାସ ହୋଇ ସାରିଲାଣି ।ଦୁଇ ଦୁଇଟି ପୁଅ ଥାଇ ମଧ୍ୟ ବୃଦ୍ଧ ବାପାଙ୍କୁ ଏକା ଛାଡି ଦେଇଛନ୍ତି ।ଫଳରେ ଅସହାୟ ଅବସ୍ଥାରେ ବୃଦ୍ଧ ଗୁପ୍ତେଶ୍ବର ଏବେ ଏକ ଗୁହାଳ ଘରେ ଆଶ୍ରୟ ନେଇ ଶେଷ ଜୀବନ କାଟୁଛନ୍ତି ।ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏତେ ବୟସ୍କ ବୃଦ୍ଧ ଙ୍କୁ ଆଜିଯାଏ କୌଣସି ସରକାରୀ ଯୋଜନା ରେ ସାମିଲ କରାଯାଇ ନାହିଁ ।ବାର୍ଦ୍ଧକ୍ୟ ଭତ୍ତା ଟିକକ ପାଇଁ ସେ ଦୀର୍ଘ କୋଡିଏ ବର୍ଷ ହେଲା ଅନେକ ରାଜନେତା, ପଞ୍ଚାୟତ ଅଧିକାରୀ ଙ୍କୁ ଗୁହାରି କରିସାରିଲେଣି ।କିନ୍ତୁ କୌଣସି ସରକାରୀ ଯୋଜନା ବୋଧହୁଏ ଏହି ଅସହାୟ ବୃଦ୍ଧ ଙ୍କ ପାଇଁ ତିଆରି ହୋଇନାହିଁ ।ଯେଉଁ ଠାରେ ବୃଦ୍ଧ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ କୋଡିଏ ବର୍ଷ ର ସଂଘର୍ଷ କରିବାକୁ ପଡୁଛି ସେଠାରେ ପକ୍କାଘର ଏକବାର ସ୍ବପ୍ନ ।ତୁରନ୍ତ ଏହି ଅସହାୟ ବୃଦ୍ଧ ଙ୍କୁ ସରକାରୀ ସହାୟତା ପ୍ରଦାନ ସହ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Body:ଅସହାୟ ବୃଦ୍ଧ ଗୁପ୍ତେଶ୍ବର ଙ୍କ ପାଇଁ ଅପହଞ୍ଚ ସରକାରୀ ଯୋଜନା ।

Conclusion:ବାଇଟ-୧-ଗୁପ୍ତେଶ୍ବର ପ୍ରଧାନ, ଅସହାୟ ବୃଦ୍ଧ
ବାଇଟ-୨-ସୁବାଷ ପ୍ରଧାନ,ପଡୋଶୀ
ବାଇଟ-୩-ସୌଭାଗ୍ୟ ମେଣ୍ଡେଳୀ,ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Aug 29, 2019, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.