ETV Bharat / state

ଅବ୍ୟବସ୍ଥାରେ ବୌଦ୍ଧ ଡାକ୍ତରଖାନା, ଅସହ୍ୟ ଗରମରେ ବାରଣ୍ଡାରେ ପ୍ରସୂତି

ମେଡିକାଲ ବାରଣ୍ଡାରେ ପ୍ରସୂତି । ଜଣେ କି 2ଜଣ ନୁହେଁ 70 ଜଣ ପ୍ରସୂତି ଏପରି ଦୂରବସ୍ଥା ଭୋଗୁଛନ୍ତି । ମେଡିକାଲ ବେଡ ଅଭାବ ସାଙ୍ଗକୁ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ପ୍ରସୂତିଙ୍କ ସହ ନବଜାତ ଶିଶୁ । ଏ ଦୃଶ୍ୟ ହେଉଛି ଖୋଦ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ।

author img

By

Published : Jun 9, 2019, 1:29 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ମେଡିକାଲ ବାରଣ୍ଡାରେ ପ୍ରସୂତି । ଜଣେ କି 2ଜଣ ନୁହେଁ 70 ଜଣ ପ୍ରସୂତି ଏପରି ଦୂରବସ୍ଥା ଭୋଗୁଛନ୍ତି । ମେଡିକାଲ ବେଡ ଅଭାବ ସାଙ୍ଗକୁ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ପ୍ରସୂତିଙ୍କ ସହ ନବଜାତ ଶିଶୁ । ଏ ହୃଦୟବିଦାରକ ଦୃଶ୍ୟ ହେଉଛି ଖୋଦ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏ ଦୂରାବସ୍ଥା କେହି ଜଣେ ଆଖିରେ ନଦେଖିଲେ ବିଶ୍ବାସ କରିପାରିବ ନାହିଁ । ଏନେଇ ମେଡିକାଲର ସମସ୍ତଙ୍କ ହାତରେ ବିଞ୍ଚଣା ଏକ ସାଧାରଣ କଥା ହୋଇଛି । ଏପଟେ ଡାକ୍ତରଖାନାରେ ପ୍ରସୂତିଙ୍କ ପାଇଁ ସମୁଦାୟ ୧୬ଟି ବେଡ ଥିବା ବେଳେ ରବିବାର ସୁଦ୍ଧା 70 ଜଣ ପ୍ରସୂତି ଆଡମିଟ ହୋଇ ନବଜାତ ଶିଶୁଙ୍କ ସହ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମେଡିକାଲରେ ପଙ୍ଖା ଲାଗିଛି, ହେଲେ କାମ କରୁନାହିଁ । ଚବିଶ ଘଣ୍ଟିଆ ବିଦ୍ୟୁତ ସେବା ଛାଡନ୍ତୁ, ଜେନେରେଟର ମଧ୍ୟ ଠିକରେ କାମ କରୁ ନଥିବାରୁ ପଙ୍ଖା ଯେଉଁ କେତୋଟି କାମ କରୁଛି ତାହାବି ଅଚଳ ସମାନ ।

ଏନେଇ ଡାକ୍ତରଖାନା ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ ସେ ବିଦ୍ୟୁତକାଟ ଆଡକୁ ଦୋଷ ଠେଲୁଛନ୍ତି । ତେଣୁ ଉପୁଜିଥିବା ଏହି ସବୁ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ପ୍ରବଳ ଗରମ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଦ୍ୟୁତ କାଟ । ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.