ETV Bharat / state

ନିଜ ବିବାହ ରୋକିଥିଲେ, 5 ନାବାଳିକାଙ୍କୁ ସମ୍ବର୍ଦ୍ଧିତ କଲା ପ୍ରଶାସନ - raising voice against child marriage child awarded

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ବାଲ୍ୟବିବାହ ହାର । ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଆଜି ଏକ କାର୍ଯ୍ୟକ୍ରମରେ ନିଜ ବାଲ୍ୟବିବାହକୁ ନିଜେ ରୋକିଥିବା ପାଞ୍ଚ ଜଣ ନାବାଳିକାଙ୍କୁ ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲା । ଅଧିକ ପଢନ୍ତୁ...

ନିଜର ବିବାହ ରୋକିପାରିଥିବା ପାଞ୍ଚଜଣ ନାବାଳିକା ସମ୍ବର୍ଦ୍ଧିତ

author img

By

Published : Sep 24, 2021, 10:08 PM IST

ବୌଦ୍ଧ: ଜିଲ୍ଲାରେ ଉଦବେଗଜନକ ସ୍ଥିତିରେ ବାଲ୍ୟବିବାହ ପ୍ରଥା । ସାରା ଓଡ଼ିଶାରେ ବୌଦ୍ଧ ଜିଲ୍ଲାରେ ଶତକଡା 21 ପ୍ରତିଶତ ବାଲ୍ୟବିବାହ ଚାଲିଥିବା ସରକାରୀ ଭାବରେ ସୂଚନା ରହିଥିବା ବେଳେ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି ।

ନିଜର ବିବାହ ରୋକିପାରିଥିବା ପାଞ୍ଚଜଣ ନାବାଳିକା ସମ୍ବର୍ଦ୍ଧିତ

ଆଜି(ଶୁକ୍ରବାର) ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ପକ୍ଷରୁ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ କେତେକ ଅସହାୟ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଥିବା ବେଳେ ନିଜ ନିଜର ବାଲ୍ୟବିବାହ ରୋକିପାରିଥିବା ପାଞ୍ଚ ଜଣ ସାହାସୀ ନାବାଳିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟନାରାଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.