ETV Bharat / state

ଗୋଟିଏ କୋଠରୀରେ ପାଞ୍ଚଟି ଶ୍ରେଣୀର ଭବିଷ୍ୟତ - scool problem

ଗୋଟିଏ କୋଠରୀ ମଧ୍ୟରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଡାଙ୍ଗପଡା ଗାଁର ପ୍ରାଥମିକ ବିଦ୍ୟାଳୟରେ   ।

school room problem
school room problem
author img

By

Published : Dec 27, 2019, 11:37 AM IST

ବୌଦ୍ଧ: ଗୋଟିଏ କୋଠରୀ ମଧ୍ୟରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଡାଙ୍ଗପଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ।

school room problem

ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ଡାଙ୍ଗପଡା ଗାଁ । ଏଠାରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟର ଗୋଟିଏ କଠୋରୀରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା ଚାଲିଛି । ଗାଁରେ ଅଙ୍ଗନବାଡି କେନ୍ଦ୍ରର ଗୃହ ନଥିବାରୁ ବିଦ୍ୟାଳୟ ବରଣ୍ଡାରେ ଅଙ୍ଗନବାଡି ଛାତ୍ରଛାତ୍ରୀ ବସୁଥିବା ବେଳେ ଗୋଟିଏ କଠୋରୀରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ଚାଳିଶ ଜଣ ଛାତ୍ରଛାତ୍ରୀ ।

ଏଠାରେ ଗୋଟିଏ ମାତ୍ର ଶ୍ରେଣୀଗୃହ ଥିବାରୁ ତାହା ମଧ୍ୟରେ ମଧ୍ୟାହ୍ନ ଭୋଜନର ଡାଲି, ଚାଉଳ, ପନିପରିବା, ଲାଇବ୍ରେରୀ ବହି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ପିଲାଙ୍କ ପାଠପଢା ହୋଇଥାଏ । ସେପଟେ ଏହି ବିଦ୍ୟାଳୟରେ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ଯାହାଫଳରେ ଜଣେ ଶିକ୍ଷକ ଛୁଟିରେ ରହିଲେ ଆଉ ଜଣେ ଶିକ୍ଷକ ସମସ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥାନ୍ତି ।

ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରଶାସନକୁ ବାରମ୍ବାର ଲିଖିତ ଭାବେ ସମସ୍ୟା ସମ୍ପର୍କରେ ଜଣାଯାଇଛି । କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗୋଟିଏ ଶବିଦ୍ୟାଳୟ ଗୃହରେ ପାଞ୍ଚ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ
ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ଡାଙ୍ଗପଡା ଗାଁ ।ଏଠାରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟର ଗୋଟିଏ କଠୋରୀରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢା ଚାଲିଛି ।ଗାଁରେ ଅଙ୍ଗନବାଡି କେନ୍ଦ୍ର ର ଗୃହ ନଥିବାରୁ ବିଦ୍ୟାଳୟ ବରଣ୍ଡାରେ ଅଙ୍ଗନବାଡି ଛାତ୍ରଛାତ୍ରୀ ବସୁଥିଲା ବେଳେ ଗୋଟିଏ କଠୋରୀରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଚାଳିଶ ଜଣ ଛାତ୍ରଛାତ୍ରୀ ।ଗୋଟିଏ ମାତ୍ର ଶ୍ରେଣୀ ଗୃହ ଥିବାରୁ ସେଥି ମଧ୍ୟରେ ମଧ୍ୟାହ୍ନ ଭୋଜନର ଡାଲି,ଚାଉଳ,ପନିପରିବା ,ଲାଇବ୍ରେରୀ ବହି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ପିଲାଙ୍କ ପାଠପଢା ହୋଇଥାଏ ।ସେପଟେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାରୁ ଜଣେ ଛୁଟିରେ ରହିଲେ ଜଣେ ମାତ୍ର ଶିକ୍ଷକ ସମସ୍ତ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷା ଦାନ କରିଥାନ୍ତି ।ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଛି ।କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ ।ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Body:ଗୋଟିଏ କଠୋରୀରେ ପାଞ୍ଚଟି ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢା

Conclusion:ବାଇଟ-୧-ସର୍ବେଶ୍ବର ନାଗ,ଛାତ୍ର
ବାଇଟ-୨-ସୁରଭି ଝାଙ୍କର,ସହକାରୀ ଶିକ୍ଷୟିତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.