ବୌଦ୍ଧ: ବର୍ତ୍ତମାନ ଶିକ୍ଷା ବିଭାଗର ଦୁଇଟି ଚିତ୍ର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ଜିଲ୍ଲାରେ ଗୋଟିଏ ପଟେ 45ରୁ ଅଧିକ ନକଲି ଓଟିଇଟି ଗଣଶିକ୍ଷକ ହରଡଗଣାରେ ପଡିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ 232ଜଣ ଶିକ୍ଷା ସହାୟକଙ୍କୁ ଏ ପର୍ଯ୍ୟନ୍ତ ନିୟମିତ କରାଯାଇ ନାହିଁ । ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
କୋରୋନା କଟକଣା ଭିତରେ ରାଜ୍ୟରେ ମାଟ୍ରିକ ପିଲାମାନଙ୍କ ପାଇଁ ଖୋଲିଛି ସମସ୍ତ ଶିକ୍ଷାନିଷ୍ଠାନ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ 70ରୁ ଅଧିକ ସ୍କୁଲ ଖୋଲିଛି । ଏହାରି ଭିତରେ ବର୍ତ୍ତମାନ ସମୟରେ ବୌଦ୍ଧ ଶିକ୍ଷା ବିଭାଗରେ ଦୁଇଟି ଚିତ୍ର ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମତଃ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟରେ ପ୍ରାୟ 232ଜଣ ଶିକ୍ଷକ ଛଅ ବର୍ଷରୁ ଅଧିକ ଦିନ ହେବ କାର୍ଯ୍ୟ କରି ମଧ୍ୟ ଏଯାଏଁ ସେମାନଙ୍କୁ ନିୟମିତ କରାଯାଇନାହିଁ । ଦ୍ବିତୀୟରେ ଗଣ ଶିକ୍ଷକ ନିୟମିତ ଆଶାରେ ନକଲି ଓଟିଇଟି ପ୍ରମାଣପତ୍ର ଦେଖାଇ ଚାକିରି କରିଥିବା ମାମଲା ସାମ୍ନାକୁ ଆସୁଛି । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏଘଟଣା ନେଇ ଇଟିଭି ଭାରତ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଆଗାମୀ ଦିନରେ ସରକାରୀ ନିୟମ ଅନୁଯାୟୀ ନିୟମିତ କରାଯିବ ଓ ନକଲି ଗଣ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ