ETV Bharat / state

ସରପଞ୍ଚଙ୍କ ପରିବାରର ଚାରି ସଦସ୍ୟ କୋରୋନା ସଂକ୍ରମିତ - ବୌଦ୍ଧ କୋରୋନା

ଜିଲ୍ଲାର ହଟସ୍ପଟ ନାରାୟଣ ନଗର ଗ୍ରାମରୁ ହଟିଲା ୧୪୪ ଧାରା । ସାଧାରଣ ଜନଜୀବନ ସାମାନ୍ୟ ହେବାରେ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ଘଣ୍ଟାପଡା ପଞ୍ଚାୟତରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସରପଞ୍ଚଙ୍କ ପରିବାର ଚାରି ସଦସ୍ୟ କୋରୋନା ସଂକ୍ରମିତ

author img

By

Published : Aug 29, 2020, 7:07 AM IST

Updated : Aug 29, 2020, 11:57 AM IST

ବୌଦ୍ଧ: ଜିଲ୍ଲାର କୋରୋନା ହଟସ୍ପଟ ପାଲଟିଥିବା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ୧୪୪ ଧାରାକୁ ହଟାଇ ଦିଆଯାଇଛି । ସାଧାରଣ ଲୋକଙ୍କ ଜନଜୀବନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସରପଞ୍ଚ କହିଛନ୍ତି । ସେପଟେ ପ୍ରଥମ ଥର ପାଇଁ କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତରୁ କୋରୋନା ଚିହ୍ନଟ ହୋଇଛନ୍ତି । ତାହା ପୁଣି ଖୋଦ୍‌ ସରପଞ୍ଚଙ୍କ ପରିବାର ସମସ୍ତ ଚାରି ସଦସ୍ୟ ସଂକ୍ରମିତ ହୋଇଛନ୍ତି ।

ସରପଞ୍ଚଙ୍କ ପରିବାରର ଚାରି ସଦସ୍ୟ କୋରୋନା ସଂକ୍ରମିତ

ଶୁକ୍ରବାର ଚିହ୍ନଟ ହୋଇଥିବା ନୂତନ ୧୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ରେ ପହଞ୍ଚିଛି । ୧୪ ଜଣ ଆକ୍ରାନ୍ତ ଘଣ୍ଟାପଡା ପଞ୍ଚାୟତ, ପଲସାଗୋରା ପଞ୍ଚାୟତ ଓ କୁଶଙ୍ଗ ପଞ୍ଚାୟତ ସହିତ ବୌଦ୍ଧ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ନାରାୟଣନଗର ଗ୍ରାମ ସାମାନ୍ୟ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଞ୍ଚମୀରେ ଖାଇ ପାରି ନଥିବାରୁ ଆଗାମୀ ରବିବାର ଦିନ ନବାନ୍ନ ଲାଗି କରିବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Aug 29, 2020, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.