ETV Bharat / state

ଘିଙ୍ଗରାପଡାରେ ୩୦ ଫୁଟର ଘାଇ, ଅଘଟଣ ଏଡାଇବାକୁ ପାଳି କରି ଜଗୁଛନ୍ତି ଗାଁଲୋକେ

author img

By

Published : Aug 18, 2022, 12:04 PM IST

ରାଜ୍ୟରେ ବନ୍ୟା ସ୍ଥିତି । ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ବନ୍ୟା ପାଣି ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଘିଙ୍ଗରାପଡା ଠାରେ ପୂର୍ବରୁ ମହାନଦୀ କୂଳ ଲଙ୍ଘୁଥିବା ବେଳେ ଚଳିତ ବନ୍ୟା ଜଳରେ ତିରିଶ ଫୁଟ ପର୍ଯ୍ୟନ୍ତ ଏକ ଘାଇ ସୃଷ୍ଟି ଯୋଗୁଁ ଅନେକ ପରିବାର ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏପରିକି କୌଣସି ଅଘଟଣ ଆଶଙ୍କାରେ ଦିନରାତି ପାଳି କରି ଘାଇକୁ ସ୍ଥାନୀୟ ଅଧିବାସୀ ଜଗି ରହିଛନ୍ତି । ଅଧିକ ପଢନ୍ତୁ

ଘିଙ୍ଗରାପଡାରେ ୩୦ ଫୁଟର ଘାଇ,ଅଘଟଣ ଏଡାଇବା ପାଇଁ ପାଳି କରି ଜଗୁଛନ୍ତି ଗାଁଲୋକେ

ବୌଦ୍ଧ: ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ରାସ୍ତା ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବାଉଁଶୁଣୀ ମହାନଦୀ କୂଳରେ ଥିବା ଘିଙ୍ଗରାପଡା ଠାରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ଘିଙ୍ଗରାପଡା ଠାରେ ପୂର୍ବରୁ ମହାନଦୀ କୂଳ ଲଙ୍ଘୁଥିବା ବେଳେ ଚଳିତ ବନ୍ୟା ଜଳରେ ତିରିଶ ଫୁଟ ପର୍ଯ୍ୟନ୍ତ ଏକ ଘାଇ ସୃଷ୍ଟି ଯୋଗୁଁ ଅନେକ ପରିବାର ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏପରିକି କୌଣସି ଅଘଟଣ ଆଶଙ୍କାରେ ଦିନରାତି ପାଳି କରି ଘାଇକୁ ସ୍ଥାନୀୟ ଅଧିବାସୀ ଜଗି ରହିଛନ୍ତି ।

ଜିଲ୍ଲାରେ ବନ୍ୟା ଜଳସ୍ତର ହ୍ରାସ ପାଇଛି । ବନ୍ୟା ପରିସ୍ଥିତି ଆଉ ନ ଥିଲେ ମଧ୍ୟ ଉଭୟ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ବନ୍ୟା ପାଣି ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି । ବର୍ତ୍ତମାନ ମଧ୍ୟ ମହାନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହୁଥିବା ବେଳେ ଜଗନ୍ନାଥ ସଡକରେ ଏବେବି ବନ୍ୟା ଜଳ ପ୍ରବାହିତ ହେବା ସହିତ ଡଙ୍ଗା ଚାଲିଛି । ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା,ଖାଦ୍ୟ ଓ ସ୍ବାସ୍ଥ୍ୟ ସେବା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ।

ମହାନଦୀ କୂଳ ଲଙ୍ଘୁଥିବାରୁ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି । ସେପଟେ ବୁଧବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବନ୍ୟା ପ୍ରଭାବିତ କରଡି ଓ କୁଶଙ୍ଗ ଅଞ୍ଚଳ ବୁଲି ଦେଖିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.