ବୌଦ୍ଧ: ଜିଲ୍ଲାକୁ ଛୁଇଁଲା କୋରୋନା । ରବିବାର ସନ୍ଧ୍ୟାରେ ଆସିଥିବା ରିପୋର୍ଟ ଅନୁଯାୟୀ, ତିନିଜଣ ସୁରଟ ଫେରନ୍ତାଙ୍କ ନିକଟରେ ଏହି ପଜେଟିଭ ରିପୋର୍ଟ ମିଳିଛି । ଗ୍ରୀନଜୋନରେ ଥିବା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକା ଥରକେ ତିନି ପଜେଟିଭ ଚିହ୍ନଟ ପରେ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବାବେଳେ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ । ତେବେ ଉକ୍ତ ତିନି ଜଣଙ୍କ ଠାରେ ପୂର୍ବରୁ ଲକ୍ଷଣ ରହିଥିବା ସୂଚନା ମିଳିଛି । ସେପଟେ ତିନି ଆକ୍ରାନ୍ତ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଜଗତୀ ଗ୍ରାମର କ୍ବାରେଣ୍ଟାଇନ ଗୃହରେ ଥିବା ବୌଦ୍ଧ ସିଡିଏମଓ ଲକ୍ଷ୍ମୀ ଧର ସାହୁ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଜିଲ୍ଲାରେ ସନ୍ଧ୍ୟା 7ରୁ ସକାଳ 7 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅପିଲ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ