ETV Bharat / state

ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟ, ଦେଢ ମାସରେ 3 ଶ୍ରମିକ ମୃତ୍ୟୁ - ବୌଦ୍ଧ ଶ୍ରମିକ ମୃତ୍ୟୁ ନ୍ୟୁଜ

ଗତ ଦେଢ ମାସରେ ଗୋଟିଏ ନିର୍ମାଣଧୀନ ସେତୁ ଉପରୁ ଖସି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଠିକାସଂସ୍ଥା ଶ୍ରମ ବିଭାଗର ନିଦ ଭାଙ୍ଗୁନି । ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ମୁଣ୍ଡ ଗଡିବାରେ ଲାଗିଛି । ଅଧିକ ପଢନ୍ତୁ...

ଦେଢ ମାସରେ 3 ଶ୍ରମିକ ମୃତ୍ୟୁ
ଦେଢ ମାସରେ 3 ଶ୍ରମିକ ମୃତ୍ୟୁ
author img

By

Published : Mar 9, 2021, 8:02 PM IST

ବୌଦ୍ଧ: ଥମିବାର ନାଧରୁନି ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ । ଗତ ଦେଢ ମାସରେ ଗୋଟିଏ ନିର୍ମାଣଧୀନ ସେତୁ ଉପରୁ ଖସି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଠିକାସଂସ୍ଥା ଶ୍ରମ ବିଭାଗର ନିଦ ଭାଙ୍ଗୁନି । ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ମୁଣ୍ଡ ଗଡିବାରେ ଲାଗିଛି ।

ଦେଢ ମାସରେ 3 ଶ୍ରମିକ ମୃତ୍ୟୁ

କେବଳ ଦେଢମାସ ମଧ୍ୟରେ ଗୋଟିଏ ନିର୍ମାଣଧୀନ ସେତୁ ଉପରୁ ଖସି ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ଉପରୁ ଖସି ପଡି ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତ ଜାନୁଆରୀ 16 ତାରିଖରେ ଜଣେ ଓ ଗତ ଚାରିଦିନ ପୂର୍ବରୁ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଜଣେ ଶ୍ରମିକ ସେତୁ ଉପରୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ପରେ ଉକ୍ତ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ଧଳପୁର ସେତୁ ଗୁଜୁରାଟର ଠିକାସଂସ୍ଥାର ମନଇଚ୍ଛାରେ ଚାଲିଥିବା ବେଳେ ବୌଦ୍ଧ ଠାରେ ମର୍ଜାକୁଦକୁ ସଂଯୋଗ ସେତୁ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ଆଜି ପର୍ଯ୍ୟନ୍ତ ବିନା ସୁରକ୍ଷା ଉପକରଣରେ ଶ୍ରମିକଙ୍କୁ ବିପଦଜନକ କାର୍ଯ୍ୟରେ ନିୟୋଜିତ କରିଛି । ସେପଟେ ଶ୍ରମ ବିଭାଗର ଉଦାସୀନତାକୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.