ETV Bharat / state

ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର 3 ଦିନିଆ ଧାରଣା - ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଖୁବ ଶିଘ୍ର ସମସ୍ୟା ସମାଧାନ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତିଶୃତି । ପଢନ୍ତୁ ଅଧିକ....

ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ 3 ଦିନିଆ ଧାରଣା

author img

By

Published : Nov 4, 2020, 9:57 PM IST

ବୌଦ୍ଧ: କୃଷକ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମଜଦୂର କଂଗ୍ରେସକର୍ମୀ ମାନେ ତିନି ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ ।ବୌଦ୍ଧ ଜିଲ୍ଲାରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ରହିଥିବା ବେଳେ କରୋନା ସମୟରେ ବିଭିନ୍ନ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ବିଭିନ୍ନ ସମସ୍ୟା ନେଇ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ 3 ଦିନିଆ ଧାରଣା

ବିଶେଷ ଭାବରେ ମୃତ୍ୟୁକାଳୀନ ସହାୟତା ଏପର୍ଯ୍ୟନ୍ତ କାହାକୁ ମଧ୍ୟ ମିଳି ନଥିବା ବେଳେ ଅସହାୟ ତଥା ଗରିବ ଶ୍ରେଣୀର ଶ୍ରମିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ବିବାହ ସହାୟତା, ଶିକ୍ଷା, ସାଇକେଲ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ମଜଦୂର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେପଟେ ଅଳ୍ପ ଦିନ ମଧ୍ୟରେ ରାଜ୍ୟ ବୋର୍ଡର ନିଷ୍ପତ୍ତି କ୍ରମେ ଶ୍ରମିକଙ୍କୁ ସହାୟତା ଯୋଗାଇଦିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଈଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ରଞ୍ଜନ ପାଣି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.