ETV Bharat / state

ଚାରିଛକଠାରେ ବସକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Mar 21, 2023, 2:24 PM IST

ପଶ୍ଚିମା ଝଡ ତଥା ବର୍ଷା ଯୋଗୁଁ ରାସ୍ତାଘାଟ ବିପଦ ଶଙ୍କୁଳ ହୋଇ ପଡିଛି । ମଙ୍ଗଳବାର ମଧ୍ୟ ରାତିରେ ଏକ ଯାତ୍ରୀ ବାହୀ ବସକୁ ଟ୍ରକ ପଛରୁ ପିଟିବାରୁ 20ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident in boudh
road accident in boudh

road accident in boudh

ବୌଦ୍ଧ : ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ 20ରୁ ଉର୍ଦ୍ଧ୍ବ ଯାତ୍ରୀ । ଏକ ଯାତ୍ରୀବାହୀ ବସକୁ ପଛରୁ ଏକ ଟ୍ରକ ବାଡେଇ ହେବାରୁ ପ୍ରାୟ କୋଡିଏ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲା ଦେଇ 57 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ପ୍ରତ୍ୟୁଷରୁ ଘଟିଛି ଆଉ ଏକ ସଡକ ଦୁର୍ଘଟଣା । ଜିଲ୍ଲାର ଚାରିଛକ ଠାରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୁରୁଣା କଟକ ପୋଲିସ ଓ ଚାରି ଛକ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସୂଚନା ମୁତାବକ ସାହିଲ ନାମକ ଏକ ଯାତ୍ରୀବାହୀ ଘରୋଇ ବସ ବଡମ୍ବାଠାରୁ ବୌଦ୍ଧ ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବସର ଯାତ୍ରୀମାନେ ବିଶ୍ରାମ ପାଇଁ ଚାରିଛକଠାରେ ଅଟକାଇ ଥିଲେ । ହେଲେ ବସଟି ତହସିଲ କାର୍ଯ୍ୟାଳୟ ନିକଟରେ ଅଟକି ଥିବା ବେଳେ ବର୍ଷା ପାଗ ଯୋଗୁଁ ପଛ ପଟରୁ ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା ତଳକୁ ପ୍ରାୟ ତିନି ଫୁଟ ତଳକୁ ଖସି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ- ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା, କହିଲା ଆଦୌ ଗ୍ରହଣୀୟ ନୁହେଁ

ଏନେଇ ଖବର ପାଇ ଚାରିଛକ ଅଗ୍ନିଶମ କର୍ମଚାରୀ ଓ ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା। ଏଥି ସହିତ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପ୍ରାୟ 20 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଗୁରୁତର ଆହତମାନଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ଏହି ବସ ଟ୍ରକ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଏକ ବଡ ଧରଣର ବିପଦ ଟଳିଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.