ETV Bharat / state

ଅଂଶୁଘାତ ନେଲା 2 ଜୀବନ - 2ଜଣଙ୍କ ମୃତ୍ୟୁ

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୌଦ୍ଧ ଜିଲ୍ଲାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 17, 2019, 10:41 PM IST

ବୌଦ୍ଧ: ପୁଣି ଅସହ୍ୟ ତାତି ନେଇଛି ଜୀବନ । ଅଂଶୁଘାତରେ ବୌଦ୍ଧ ଜିଲ୍ଲାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ବ୍ରାହ୍ମଣୀପାଲି ପଞ୍ଚାୟତ ତରଭା ଗାଁର ଭଗବାନ ପେରା (୩୦ ବର୍ଷ) ଓ ଲକ୍ଷ୍ମୀ ପ୍ରସାଦ ଗ୍ରାମର ଶମ୍ଭୁ ଦେହୁରୀ (୫୫ବର୍ଷ) ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୁଣ୍ଡଫଟା ଖରା ଯୋଗୁଁ ଉଭୟ ଶୁକ୍ରବାର ଅସୁସ୍ଥ ହୋଇ ପଡିଥିଲେ । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଅଂଶୁଘାତ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 50ରୁ ଊର୍ଦ୍ଧ୍ବ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଉଭୟଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.