ETV Bharat / state

ରାସ୍ତା ନିର୍ମାଣ ନାଁରେ 2 ଲକ୍ଷ ଟଙ୍କା ହଡପ ଅଭିଯୋଗ

ରାସ୍ତା ନିର୍ମାଣ ନାଁରେ 2 ଲକ୍ଷ ଟଙ୍କା ହଡପ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ।

author img

By

Published : May 5, 2019, 3:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଚରମ ଶିଖରରେ ପହଞ୍ଚିଛି ଦୁର୍ନୀତି । ଏହି ଦୁର୍ନୀତି ଫର୍ଦ୍ଦରେ ଭୂତ ରାସ୍ତା ନାଁରେ ଦୁଇ ଲକ୍ଷ ଟଙ୍କା ଆତ୍ମସାତ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଏନେଇ ଜିଲ୍ଲା ପ୍ରଶାସନ, ରାଜନୈତିକ ଦଳ ଓ ଭିଜିଲାନ୍ସ ବିଭାଗ ଅଳ୍ପ ବହୁତ ଜ୍ଞାତରେ ଥିଲେ ମଧ୍ୟ କଡା ପଦକ୍ଷେପ ନିଆଯାଉ ନଥିବାରୁ ଦିନକୁ ଦିନ ବ୍ଲକରେ ଦୁର୍ନୀତି ବଢ଼ିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତ ସଦର ଠାରୁ ଜିରାଡ ପର୍ଯ୍ୟନ୍ତ ଏକ ରାସ୍ତା ନାଁରେ ଦୁଇ ଲକ୍ଷ ଟଙ୍କା ହଡପ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ସୂଚନା ଅଧିକାରରୁ ମିଳିଥିବା ତଥ୍ୟାନୁସାରେ ପୀତାମ୍ବରପୁରଠାରୁ ଜିରାଡ ପର୍ଯ୍ୟନ୍ତ କୌଣସି ସିଧାସଳଖ ସଂଯୋଗ ନଥିବା ବେଳେ କେଉଁ ରାସ୍ତାକୁ ଦେଖାଇ ଏପରି ଫଲ୍ସ ବିଲ କରାଗଲା, ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ବିଡିଓ ଆଚରଣବିଧି ଉଠିବା ପରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠିଛି ଯେ କେଉଁ ଅଦୃଶ୍ୟ ଚାପରେ କିମ୍ବା କାହା କାହାର ପ୍ରରୋଚନାରେ ଏଭଳି ଦୁର୍ନୀତି ହୋଇଛି, ତାର ଏକ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚଛି । ଏନେଇ ଜିଲ୍ଲା ପ୍ରଶାସନ, ରାଜନୈତିକ ଦଳ ଓ ଭିଜିଲାନ୍ସ ବିଭାଗ ଅଳ୍ପ ବହୁତ ଙ୍ଗ୍ୟାତରେ ଥିଲେ ମଧ୍ୟ କଡା ପଦକ୍ଷେପ ନିଆଯାଉନଥିବାରୁ ଦିନକୁ ଦିନ ବ୍ଲକରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକ ତଥା ହିତାଧିକାରୀ ଅନେକ କଲ୍ୟାଣକାରୀ ଯୋଜନା ରୁ ବାଦ ପଡୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏବେ ଏହି ଦୁର୍ନୀତି ଫର୍ଦ୍ଦ ରେ ଭୂତ ରାସ୍ତା ନା ରେ ଦୁଇ ଲକ୍ଷ ଟଙ୍କା ଆତ୍ମସାତ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ।

Body:ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତ ସଦର ଠାରୁ ଜିରାଡ ପର୍ଯ୍ୟନ୍ତ ଏକ ରାସ୍ତା ନା ରେ ଦୁଇ ଲକ୍ଷ ଟଙ୍କା ହଡପ ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ । ସୂଚନା ଅଧିକାର ରୁ ମିଳିଥିବା ତଥ୍ୟାନୁସାରେ ପୀତାମ୍ବରପୁର ଠାରୁ ଜିରାଡ ପର୍ଯ୍ୟନ୍ତ କୌଣସି ସିଧାସଳଖ ସଂଯୋଗ ନଥିବା ବେଳେ କେଉଁ ରାସ୍ତାକୁ ଦେଖାଇ ଏପରି ଫଲ୍ସ ବିଲ କରାଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସେପଟେ ବିଡିଓ ଆଚରଣବିଧି ଉଠିବା ପରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠିଛି ଯେ କେଉଁ ଅଦୃଶ୍ୟ ଚାପରେ କିମ୍ବା କାହା କାହାର ପ୍ରରୋଚନାରେ ଏଭଳି ଦୁର୍ନୀତି ହୋଇଛି, ତାର ଏକ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ରହିଛି ।

Conclusion:ବାଇଟ-୧- ଗରୁଡ ପ୍ରଧାନ, ବୁଦ୍ଧିଜୀବୀ
ବାଇଟ-୨- ରବୀନ୍ଦ୍ର କୁମାର ଶତପଥୀ, ବିଡିଓ, ହରଭଙ୍ଗା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.