ETV Bharat / state

କିଡନୀ ରୋଗରେ ଗ୍ରାମ ପୁରୁଷ ଶୂନ୍ୟ ! - ଗ୍ରାମ ପୁରୁଷ

କିଡନୀ ରୋଗ ନେଉଛି ଜୀବନ । ଗ୍ରାମ ହେବାକୁ ବସିଲାଣି ପୁରୁଷଶୂନ୍ଯ । ଜଣେ ବ୍ଯକ୍ତିଙ୍କ ଏହି ରୋଗଜନିତ ମୃତ୍ଯ ହେବାପରେ ମୃତ୍ଯୁ ସଂଖ୍ୟା 107ରେ ପହଞ୍ଚିଥିବା କହିଛି ଏକ ସ୍ବେଚ୍ଛାସେବୀ ସଂସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 18, 2019, 9:12 AM IST

ବୌଦ୍ଧ: ହରଭଙ୍ଗା ବ୍ଲକରେ କିଡନୀ ରୋଗ ମହାମାରୀ ରୂପ ନେବାକୁ ବସିଲାଣି । କେବଳ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତର ଜବଲପୁର ଗ୍ରାମରେ ଶତାଧିକ ଲୋକଙ୍କ ମୃତ୍ୟୁ ଏହି କିଡନୀ ରୋଗରେ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗ୍ରାମ ଏବେ ପୁରୁଷ ଶୂନ୍ୟ ହେବା ଅପେକ୍ଷାରେ ରହିଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ପୁରା ଚୁପଚାପ ବସିଯାଇଛି । ଗ୍ରାମର ଲୋକଙ୍କ ପାଇଁ କୌଣସି ସ୍ବାସ୍ଥ୍ୟଗତ ସମାଧାନ କରିବାରେ ଦୃଷ୍ଟି ଗୋଚର ଦେଉ ନାହିଁ । ବୁଧବାର ଧଳପୁର ପଞ୍ଚାୟତର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ସାହୁଙ୍କ ଏହି କିଡନୀ ରୋଗରେ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ସହ ବେସରକାରୀ ଭାବେ କିଡନୀ ମୃତ୍ୟୁ ସଂଖ୍ୟା୧୦୭ରେ ପହଞ୍ଚିଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ହରଭଙ୍ଗା ବ୍ଲକର ଦଶରୁ ଅଧିକ ପଞ୍ଚାୟତରେ ଏହି ରୋଗ ଏବେ ଗାଁକୁ ଗାଁ ବ୍ୟାପିବା ସହ ମୃତ୍ୟୁର ମରୀଚିକା ପାଲଟିଯାଇଛି । ଏପଟେ ଏହାର କାରଣ ଓ ନିରାକରଣ ଖୋଜିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ସ୍ବାସ୍ଥ୍ୟ ବିଭାଗ । ଏହାଛଡା ମୃତ୍ୟୁ କାଳୀନ କିମ୍ବା ଅସହାୟ ପରିବାରଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ କିଡନୀ ରୋଗ ମହାମାରୀ ରୂପ ନେବାକୁ ବସିଲାଣି । କେବଳ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତର ଜବଲପୁର ଗ୍ରାମରେ ଶତାଧିକ ଙ୍କ ମୃତ୍ୟୁ ଏହି କିଡନୀ ରୋଗରେ ହୋଇଥିବା ଅଭିଯୋଗ ହୋଇଛି ।ଗ୍ରାମ ଏବେ ପୁରୁଷ ଶୂନ୍ୟ ହେବା ଅପେକ୍ଷା ରେ ରହିଛି ।କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ପୁରା ଚୁପଚାପ ବସିଯାଇଛି । ବୁଧବାର ଧଳପୁର ପଞ୍ଚାୟତ ର ସାକୁସିଙ୍ଗା ଗ୍ରାମର ମଙ୍ଗୁଳୁ ସାହୁଙ୍କ ଏହି କିଡନୀ ରୋଗରେ ମୃତ୍ୟୁ ଘଟିଛି ।ଏହି ମୃତ୍ୟୁ ସହ ବେସରକାରୀ ଭାବେ କିଡନୀ ମୃତ୍ୟୁ ସଂଖ୍ୟା୧୦୭ରେ ପହଞ୍ଚି ଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ହରଭଙ୍ଗା ବ୍ଲକର ଦଶରୁ ଅଧିକ ପଞ୍ଚାୟତ ରେ ଏହି ରୋଗ ଏବେ ଗାଁ କୁ ଗାଁ ବ୍ୟାପିବା ସହ ମୃତ୍ୟୁ ର ଇଲାକା ପାଲଟିଯାଇଛି ।ଏପଟେ ଏହାର କାରଣ ଓ ନିରାକରଣ ଖୋଜିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ସ୍ବାସ୍ଥ୍ୟ ବିଭାଗ ।ଏହାଛଡା ମୃତ୍ୟୁ କାଳୀନ କିମ୍ବା ଅସହାୟ ପରିବାର ଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।

Body:ହରଭଙ୍ଗା ବ୍ଲକରେ ମହାମାରୀ ର ରୂପ ନେଉଛି କିଡନୀ ରୋଗ। । ଆଜି ପୁଣି ନେଲା ଆଉ ଏକ ମୁଣ୍ଡ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.