ETV Bharat / state

ରେଳ ଧକ୍କାରେ ଯୁବକ ଗୁରୁତର

ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନରେ ଦୁର୍ଘଟଣା । ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ...

author img

By

Published : Mar 3, 2021, 9:49 PM IST

ରେଳ ଧକ୍କାରେ ଯୁବକ ଗୁରୁତର
ରେଳ ଧକ୍କାରେ ଯୁବକ ଗୁରୁତର

ଭଦ୍ରକ: କେନ୍ଦୁଆପଦା ରେଳଷ୍ଟେସନ ଗୋହିରାପଦି ନିକଟରେ ରେଳ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଆଜି(ବୁଧବାର) ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଳଷ୍ଟେସନ ଗୋହିରାପଦି ନିକଟରେ ରେଳ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ତେବେ ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକଙ୍କ ଦୁଇଟି ଯାକ ଗୋଡ ଓ ବାମ ହାତ କଟିଯାଇ ଥିବାବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.