ETV Bharat / state

ସ୍ୱାମୀ ଘର ଆଗରେ ଅଧିକାର ପାଇଁ ଲଢେଇ, 3ଦିନ ପରେ ଧାରଣାରୁ ଉଠିଲେ ସ୍ମୃତି

author img

By

Published : Nov 17, 2022, 8:33 PM IST

ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା ଦେବା ଘଟଣା । ଧାରଣାର ତିନିଦିନ ପରେ ପୋଲିସ ପକ୍ଷରୁ ପ୍ରତିଶୃତି ପରେ ଧାରଣାରୁ ଉଠିଲେ ସ୍ମୃତି । ଅଧିକ ପଢନ୍ତୁ

ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀଙ୍କ ଘର ସମ୍ମୁଖରେ ଧାରଣା

ଭଦ୍ରକ: ହକ ପାଇଁ ଶାଶୂଘର ଆଗରେ ଧାରଣା ଘଟଣା । ଅଧିକାର ଲଢେଇର ତିନିଦିନରେ ପୋଲିସ ପକ୍ଷରୁ ପ୍ରତିଶୃତି ପରେ ଧାରଣାରୁ ଉଠିଲେ ସ୍ମୃତି ଦାସ । ସ୍ତ୍ରୀ ସ୍ବୀକୃତି ପାଇଁ ତିନି ଦିନ ଧରି ଧାରଣାରେ ବସିଥିଲେ ସ୍ମୃତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କୁ ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ବର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ 2016 ମସିହାରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସ୍ମୃତି ଦଳିତ ବର୍ଗର ଓ ପ୍ରଭାସ ବ୍ରାହ୍ମଣ ଜାତିରେ ହୋଇଥିବା ନେଇ ଉପୁଜିଥିଲା ବିବାଦ। ଯାହାକୁ ନେଇ ସେମାନେ 2020 ମସିହା ନଭେମ୍ବର ମାସରେ ବିବାହ କରି ହାଇଦ୍ରାବାଦରେ ରହି ଆସୁଥିଲେ । ପରେ 2021 ଡିସେମ୍ବର ମାସରେ ସ୍ମୃତିକୁ ତାଙ୍କ ବାପାଙ୍କ ଘରେ ଛାଡି ଦେଇ ବିଭିନ୍ନ ଆଳ ଦେଖାଇ ପ୍ରଭାସ ନିଜ ଗାଁକୁ ଆସି ସେଠାରୁ ଦିଲ୍ଲୀ ପଳେଇ ଯାଇଥିଲେ । ତେବେ 2020 ଏପ୍ରିଲ ମାସରେ ସ୍ମୃତି ଶଙ୍ଖିଡା ଯାଇଥିଲେ ମାତ୍ର ପ୍ରଭାସଙ୍କ ପରିବାର ଲୋକେ ଅଜାତି କହି ତାଙ୍କୁ ଘରକୁ ପୂରେଇ ଦେଇ ନଥିଲେ ।

ଯାହାକୁ ନେଇ ପରେ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲା ସ୍ମୃତି । ମାତ୍ର ପୋଲିସ ଆଜି କାଲି କହି ଦିନ ଗଡାଇବା ସହ ମାମଲା ରୁଜୁ ମଧ୍ୟ କରି ନଥିଲା । ଏନେଇ ନିରୁପାୟ ହୋଇ ଅଦାଲତରେ ଆଶ୍ରୟ ନେଇଥିଲେ ସ୍ମୃତି ।

ତେବେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ ଗତ 14.07.2022 ତାରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଇତି ମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସ୍ମୃତି ଜାଣିବାକୁ ପାଇଥିଲେ। ଯାହାକୁ ନେଇ ନିଜ ଭାଇ ଓ ବନ୍ଧୁ ବର୍ଗଙ୍କ ସହିତ ସ୍ମୃତି ନିଜ ସ୍ବାମୀଙ୍କ ଦୂଆରେ ଶୀତ କାକରରେ ବିଗତ ତିନି ଦିନ ଧରି ଧାରଣାରେ ବସିଥିଲେ।

ତେବେ ଶେଷରେ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାନ୍ଦବାଲି ଏସଡିପିଓ ପ୍ରତିଶ୍ରୁତି ଦେବା ପରେ ସ୍ମୃତି ଧାରଣାରୁ ଓହରିଛନ୍ତି ସ୍ମୃତି । ଏନେଇ ପୋଲିସ ପକ୍ଷରୁ ସ୍ମୃତି ଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କିପରି ଏବଂ କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଏବଂ ଏହା ସ୍ମୃତିଙ୍କୁ ନ୍ୟାୟ ପ୍ରଦାନ ଦିଗରେ କେତେ ସହାୟକ ହେବ ତାହା ଏବେ ଦେଖିବାକୁ ବାକି ରହିଲା ।

ଏନେଇ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ କହିଛନ୍ତି, "ଆମେ ଅଭିଯୋଗ ଅନୁଯାୟୀ ଯଥାଶୀଘ୍ର ଚେଷ୍ଟା କରୁଛୁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ । ଅଭିଯୋଗ ଅନୁଯାୟୀ ସେମାନେ ବାହା ହୋଇ 2ଜଣ ହାଇଦ୍ରାବାଦରେ ଥିଲେ । ତାପରେ ପ୍ରଭାସ ସ୍ମୃତିଙ୍କୁ ତାଙ୍କ ଘରେ ଛାଡିକ କୁଆଡେ ପଳେଇ ଯାଇଛି । ଏନେଇ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଖୋଜି ଶୀଘ୍ର ଗିରଫ କରାଯିବ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.