ETV Bharat / state

ବନ୍ୟା ବିପନ୍ନଙ୍କୁ ସହାୟତା କରି ଚର୍ଚ୍ଚାରେ ମହିଳା ଚାଷୀ

ବୈତରଣୀରେ ବନ୍ୟା ଦ୍ବାରା ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା । ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚାରେ ମହିଳା ଚାଷୀ ଛାୟାରାଣୀ ସାହୁ । ଅଧିକ ପଢ଼ନ୍ତୁ

author img

By

Published : Sep 5, 2022, 9:36 AM IST

woman farmer helped to flood affected in bhadrak
ବନ୍ୟା ବିପନ୍ନଙ୍କୁ ସହାୟତା କରି ଚର୍ଚ୍ଚାରେ ମହିଳା ଚାଷୀ

ଭଦ୍ରକ: ସମାଜ ସେବାରେ ନିଆରା ନିଦର୍ଶନ । ଲୋକ ପ୍ରତିନିଧି ନହୋଇ ମଧ୍ୟ ନିଜସ୍ବ ଉଦ୍ୟମରେ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚାରେ ମହିଳା ଚାଷୀ । ଚାଷୀଙ୍କ ଦୁଃଖକୁ ବୁଝିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମର 62 ବର୍ଷୀୟା ଛାୟାରାଣୀ ସାହୁ।

ମହିଳା ଚାଷୀ ଭାବେ ଜଣାଶୁଣା ଛାୟାରାଣୀ

ଜଣେ ମହିଳା ଚାଷୀ ଭାବେ ନିଜ କ୍ଷେତରେ ପାୱାର ଟିଲର ଭଳି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଚଳାଇବାରେ ସେ ଧୁରନ୍ଧର । ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ, କୋଚିଳା, ଗେଙ୍ଗୁଟି, ସାଳନ୍ଦୀ ଆଦି ନଦୀରେ ବନ୍ୟା ଆସିବା ଫଳରେ ବ୍ୟାପକ ଗାଁ ଗଣ୍ଡା ଏବଂ ଜନବସତିକୁ ବନ୍ୟାପ୍ଲାବିତ କରିଥିଲା । ବିଶେଷକରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଏବଂ ଚାନ୍ଦବାଲି ବ୍ଲକ ଅଞ୍ଚଳର କେତେକ ନଦୀକୁଳିଆ ଗାଁରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା (flood situation in bhadrak) । ଲଗାତାର ଭାବେ ଦୁଇଟି ବନ୍ୟା ଆସିବା ଫଳରେ କେତେକ ଅଞ୍ଚଳବାସୀ ପ୍ରାୟ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ପାଣି ଘେରରେ ରହିଥିଲେ ।

ଏହି ସମୟରେ ଲୋକମାନେ ଖାଦ୍ୟ ପାନୀୟ ଜଳଠାରୁ ଆରମ୍ଭ କରି ବହୁ ସମସ୍ୟାର ସାମ୍ନା କରିଥିଲେ । ତେବେ ବନ୍ୟା ପାଣି ଛାଡିବା ପରେ ଅଦ୍ୟାବଧି ପ୍ରଭାବିତ ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଥିବା ଜଣାପଡ଼ିଛି। ଠିକ ଏହି ସମୟରେ ନିଜର ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବା ପାଇଁ ମହିଳା ଚାଷୀ ଛାୟାରାଣୀ ଧାମନଗନର ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଥିଲେ । ଲୋକଙ୍କ ଦୁର୍ଦ୍ଦଶା ବୁଝି ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: କମୁଛି ବୈତରଣୀର ଜଳସ୍ତର, ତଳିଆ ଅଞ୍ଚଳରୁ ଛାଡୁନି ପାଣି

ବନ୍ୟା ପ୍ରପୀଡିତଙ୍କୁ ବାଣ୍ଟିଲେ ସାମଗ୍ରୀ

ଏନେଇ ମହିଳା ଚାଷୀ ଜଣକ କହିଛନ୍ତି, " ବନ୍ୟା ସମୟରେ ଅନେକ ଲୋକ ଅସୁବିଧାରେ ରହିଛନ୍ତି । ମୋ ସକ୍ଷମ ଅନୁଯାୟୀ ବନ୍ୟାବିପନ୍ନଙ୍କୁ କିଛିଟା ମାତ୍ରାରେ ସାହାଯ୍ୟ କରିଛି । ପୋଷାକ, ଚୂଡ଼ା, ବିସ୍କୁଟ,ଚିନି, ପାଉଁରୁଟି ବଣ୍ଟିଥିଲି । ତେବେ କିଛି କିଛି ମାତ୍ରାରେ ଲୋକଙ୍କୁ ସାହାଯ୍ୟ କରିବାକୁ ସେ କହିଛନ୍ତି ।" ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ସେ ଭଲ ପାଆନ୍ତି । ତେଣୁ ବିପଦ ଆପଦ ସମୟରେ ସେ ଘରେ ନବସି ଲୋକଙ୍କ ପାଇଁ କିଛି କରିବାକୁ ଉଦ୍ୟମ କରିଥାନ୍ତି ବୋଲି କହିଛନ୍ତି ।

କୋରୋନା କାଳରେ ବାଣ୍ଟିଥିଲେ ବାଡିର ପନିପରିବା

ଛାୟାରାଣୀ ବିଭିନ୍ନ ସମୟରେ ବିପନ୍ନମାନଙ୍କୁ ସହଯୋଗର ହାତ ବଢାଇଥାନ୍ତି। ନିଜର ଏହି ଉତ୍ସର୍ଗୀକୃତ ଜନ ସେବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି । ତାଙ୍କର ଏହିପରି ସେବା ମନୋଭାବ ପାଇଁ ସେ ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଜଣେ ଚର୍ଚ୍ଚିତ ମହିଳା ସାବ୍ୟସ୍ତ ହୋଇଛନ୍ତି । ମହାମାରୀ କୋରୋନା ସମୟରେ ଲୋକଙ୍କ ପାଖରେ ନିଜ ବାଡ଼ି ଉତ୍ପାଦିତ ପନିପରିବା ଏବଂ ଫଳମୂଳ ମାଗଣାରେ ବାଣ୍ଟି ବେଶ ଚର୍ଚ୍ଚାରେ ରହିଥିଲେ । ଏବେ ବନ୍ୟା ପରବର୍ତ୍ତୀ ସମୟରେ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.