ETV Bharat / state

ବେଆଇନ କୋଇଲା ଚୋରା ଚାଲାଣରେ ପୋଲିସର ହାତ ! - କୋଇଲା ଚୋରାଚାଲାଣ

କୋଇଲା ଚୋରାଚାଲାଣ କରିବାକୁ କୋଇଲା ମାଫିଆଙ୍କୁ ଧମକାଉଛନ୍ତି କନେଷ୍ଟବଳ । ଏମିତି ଅଭିଯୋଗ ଆଣିଲେ କୋଇଲା ମାଫିଆଙ୍କ ପତ୍ନୀ । ଅଧିକ ପଢନ୍ତୁ

coal smuggling in bhadrak
coal smuggling in bhadrak
author img

By

Published : Jul 3, 2023, 1:47 PM IST

coal smuggling in bhadrak

ଭଦ୍ରକ: ଜିଲ୍ଲାରେ ବେଆଇନ କୋଇଲା ଚୋରା ଚାଲାଣ ସହ ମାଫିଆଙ୍କ ପ୍ରାର୍ଦୁଭାବ ବୃଦ୍ଧି ହେବାରେ ଲାଗିଛି । ଫଳରେ ତିହିଡ଼ି ଏବଂ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କିଛି ଗାଁରେ ଅସାମାଜିକ କାର୍ଯ୍ୟ କଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏନେଇ ପୋଲିସ ପକ୍ଷରୁ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଚୋରା କୋଇଲା ଚାଲାଣ କାରବାରରେ ପୋଲିସର ସମ୍ପୃକ୍ତି ଥିବା ଜଣେ କୋଇଲା ମାଫିଆଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଥାନାର ଜନୈକ କନେଷ୍ଟବଳ ଏବଂ ହାଟୁଆରୀ ଗ୍ରାମର କୋଇଲା ମାଫିଆ କୁହାଯାଉଥିବା ଭଗବାନ ଦାସଙ୍କ ମଧ୍ୟରେ ବିବାଦ ଏବେ ଉଗ୍ରରୂପ ନେବାକୁ ଯାଉଛି । ପୋଲିସ କନେଷ୍ଟବଳଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଭଗବାନ ଚୋରା କୋଇଲା ବେପାର କରିଆସୁଥିଲେ । ମାତ୍ର ପରେ ଚୋରା କୋଇଲା ବେପାର ଅଭିଯୋଗରେ ଭଗବାନକୁ ଏକାଧିକ ବାର ଗିରଫ ମଧ୍ୟ କରାଯାଇଛି। ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ କୋଇଲା ବେପାର ଠାରୁ ଦୂରେଇ ଯାଇଥିଲେ ଭଗବାନ ।

ହେଲେ ସଂପୃକ୍ତ କନେଷ୍ଟବଳ ତାଙ୍କୁ ପୂନଶ୍ଚ ଚୋରା କୋଇଲା ବେପାର କରିବାକୁ ପ୍ରବର୍ତ୍ତାଇଥିଲେ । ମାତ୍ର ସେ ରାଜି ନହେବାରୁ ତାଙ୍କର କେତେକ ଗାଡିକୁ ମିଛ କେସରେ ଫସାଇ ଥାନା ପକ୍ଷରୁ ଜବତ କରାଯାଇଛି ଏବଂ କୋଇଲା ବେପାର ନକଲେ ଲଗାତର କେସ କରାଯିବ ବୋଲି କନେଷ୍ଟବଳ ଜଣକ ଧମକ ଚମକ ଦେଉଛନ୍ତି । ଯାହାକୁ ନେଇ ଗତ 3 ମାସ ହେବ ଭଗବାନ ଜିଲ୍ଲା ଛାଡି ଅନ୍ୟତ୍ର କୁଆଡେ ପଳାଇ ଯାଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସଂପୃକ୍ତ କନେଷ୍ଟବଳ ଜଣକ ଭଗବାନଙ୍କ ନାମରେ ବିଭିନ୍ନ ଥାନାରେ ଇତି ମଧ୍ୟରେ ବିଭିନ୍ନ ମାଧ୍ୟମରେ 5ଟି ମାମଲା ରୁଜୁ କରାଇ ସାରିଛନ୍ତି। ଯେଉଁଠି ଯେଉଁ ଚୋରା କୋଇଲା ଚାଲାଣ କରୁଥିବା ଗାଡ଼ି ଧରା ପଡୁଛି ସେଥିରେ ଚଞ୍ଚକତା କରି ଭଗବାନଙ୍କ ନାମକୁ ଯୋଡ଼ା ଯାଉଥିବା ତାଙ୍କ ସ୍ତ୍ରୀ ଗଜଲକ୍ଷ୍ମୀ ଅଭିଯୋଗ କରିଛନ୍ତି । ଏନେଇ ଗଜଲକ୍ଷ୍ମୀ ପ୍ରତିବାଦ କରିବାରୁ ସଂପୃକ୍ତ କନେଷ୍ଟବଳ ଜଣକ ତାଙ୍କୁ ନାନାଦି ଧମକ ଦେଇଥିବା ଅଭିଯୋଗ ହୋଇଛି । ଭଗବାନଙ୍କ ବିରୋଧରେ 100ରୁ ଉର୍ଦ୍ଧ୍ବ ମାମଲା ହୋଇଥିବା ବେଳେ ତାଙ୍କୁ ଏଥିରୁ କିଏ ବଞ୍ଚାଇବ ବୋଲି ଗଜଲକ୍ଷ୍ମୀଙ୍କୁ ସଂପୃକ୍ତ କନେଷ୍ଟବଳ ଧମକ ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ସଂପୃକ୍ତ କନେଷ୍ଟବଳ ଧାମରାରୁ ପରିବହନ ହେଉଥିବା ଚୋରା କୋଇଲା କାରବାରରେ ପ୍ରତ୍ୟେକ୍ଷ ଭାବେ ଜଡିତ । ଏଥିରେ ତାଙ୍କର 4 ଟି ବେନାମୀ ପିକଅପ ଭ୍ୟାନରେ କୋଇଲା ଚୋରା କାରବାର ହେଉଛି । ହେଲେ ମିଥ୍ୟା ମାମଲା ରୁଜୁ କରି ତଦନ୍ତ ଆଳରେ ରାତି ଅଧରେ ଘରେ ପଶି ତଲାସ କରାଯାଇ ଦୁର୍ବ୍ୟବହାର କରାଯାଉଛି । ଫଳରେ ବାଳୁତ ପିଲାଙ୍କୁ ନେଇ ଗଜଲକ୍ଷ୍ମୀ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ ନିକଟରେ ବାରମ୍ବାର ଫେରାଦ ହୋଇଛନ୍ତି ସେ । ଏଥିସହ ତିହିଡି ଥାନାରେ ସଂପୃକ୍ତ କନେଷ୍ଟବଳଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ସହିତ ତାଙ୍କ ପରିବାର ପାଇଁ ସୁରକ୍ଷା ଲୋଡିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ ।

ଯଦି ନ୍ୟାୟ ନମିଳେ ତେବେ ତିହିଡ଼ି ଥାନା ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଗଜଲକ୍ଷ୍ମୀ । ଶେଷରେ ଅଭିଯୋଗକୁ ଆଧାର କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ୍ୟକଙ୍କ ପକ୍ଷରୁ ଚାନ୍ଦବାଲି ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏନେଇ ଗଜଲକ୍ଷ୍ମୀ ଚାନ୍ଦବାଲି ଏସଡିପିଓଙ୍କୁ ଭେଟି ସଂପୃକ୍ତ କନେଷ୍ଟବଳଙ୍କ ଦୌରାତ୍ମ ପ୍ରସଙ୍ଗରେ ତଥ୍ୟ ରଖିଥିବା ଜଣାପଡିଛି। ତେବେ ସଂପୃକ୍ତ କନେଷ୍ଟବଳଙ୍କ ସହିତ ତାଙ୍କ ସ୍ବାମୀଙ୍କ ଅଡିଓ ରେକର୍ଡ ଏବଂ ଚୋରା କୋଇଲା କାରବାର ନେଇ ଟଙ୍କା ନେଣଦେଣର ଅନଲାଇନ ପେମେଣ୍ଟ ହୋଇଥିବା ପ୍ରମାଣ ମଧ୍ୟ ଏସଡିପିଓଙ୍କୁ ଅବଗତ କରିଛନ୍ତି ଗଜଲକ୍ଷ୍ମୀ । ତେବେ କୋଇଲା ଚୋରାଚାଲାଣରେ କନେଷ୍ଟବଳଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ପରେ ବିଭିନ୍ନ ଦିଗ ଉପରେ ତଦନ୍ତ କରାଯିବ ଏବଂ ଆବଶ୍ୟକ ମୁତାବକ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.