ETV Bharat / state

ହକ ପାଇଁ ବୋହୂର ଧାରଣା, ପଦାକୁ ଆସୁନାହାନ୍ତି ଶାଶୂଘର ଲୋକ - ହକ ପାଇଁ ବୋହୂର ଧାରଣା

ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା । ଶାଶୂଘର ଲୋକଙ୍କ ପ୍ରତିକ୍ରିୟା ତ ଦୂରରେ ଥାଉ କେହି ପଦାକୁ ଆସି ନଥିବା ଦେଖିବାକୁ ମିଳିଛି । ସ୍ତ୍ରୀ ସୀକୃତି ପାଇଁ ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ସ୍ମୃତି ଦାସ । ଅଧିକ ପଢନ୍ତୁ

ହକ ପାଇଁ ବୋହୂର ଧାରଣା, ପଦାକୁ ଆସୁନାହାନ୍ତି ଶାଶୂଘର ଲୋକ

author img

By

Published : Nov 16, 2022, 3:35 PM IST

ଭଦ୍ରକ: ହକ ପାଇଁ ଶାଶୂଘର ଆଗରେ ଧାରଣାରେ ବୋହୂ ବସିଛି । ଅଧିକାର ଲଢେଇକୁ ଦୁଇ ଦିନ ବିତିଲାଣି । ହେଲେ ନିରାଶ ହୋଇଛି ବୋହୂ । ଶାଶୂଘର ଲୋକଙ୍କ ପ୍ରତିକ୍ରିୟା ତ ଦୂରରେ ଥାଉ କେହି ପଦାକୁ ଆସି ନଥିବା ଦେଖିବାକୁ ମିଳିଛି । ସ୍ତ୍ରୀ ସୀକୃତି ପାଇଁ ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ସ୍ମୃତି ଦାସ ।

ହକ ପାଇଁ ବୋହୂର ଧାରଣା, ପଦାକୁ ଆସୁନାହାନ୍ତି ଶାଶୂଘର ଲୋକ

ସୂଚନା ଅନୁସାରେ, ସ୍ୱାମୀଙ୍କ ଦୂଆରେ ଆଗରେ ସ୍ମୃତିଙ୍କ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି । ତେବେ ପ୍ରଭାସ ରଥଙ୍କୁ ସମର୍ଥନରେ କେତେକ ଲୋକେ ସ୍ମୃତିଙ୍କୁ ଧମକ ଚମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ନିଜର ହକ୍ ପାଇଁ ଏହି ଲଢେଇରେ ସେ ଭାଙ୍ଗି ପଡିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ସ୍ମୃତି । ଦୀର୍ଘ 4 ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ ଏବଂ ସେବେ ଠାରୁ ସ୍ବାମୀ ସ୍ତ୍ରୀ ଭାବେ ଏକାଠି ରହୁଥିଲେ ଉଭୟେ । ତେବେ ଗତ ଏକ ବର୍ଷ ହେଲା ପ୍ରଭାସ ତାଙ୍କ ସହ ଆଉ ସଂପର୍କ ନରଖି ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ସ୍ମୃତି ।

ଏହା ବି ପଢନ୍ତୁ...ବିବାହ ପରେ ସ୍ବାମୀର ପ୍ରତାରଣା, ନ୍ୟାୟ ପାଇଁ ସ୍ତ୍ରୀର ଧାରଣା

ସୂଚନା ଅନୁଯାୟୀ, ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଥିବା ବେଳେ ନ୍ୟାୟ ପାଇଁ ସ୍ମୃତି ସଂପ୍ରତି ଏପରି ଧାରଣା ଦେବାକୁ ପଡୁଛି ।ଯଦି ତାଙ୍କର ଅଥବା ତାଙ୍କ ପରିବାର ଲୋକଙ୍କର କିଛି କ୍ଷତି ହୁଏ ଏନେଇ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି ସ୍ମୃତି । ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ । ସ୍ୱାମୀ ପ୍ରଭାସ ଘରକୁ ଆସନ୍ତୁ ଅଥବା ଲୁଚିକି ରୁହନ୍ତୁ ତାଙ୍କର କିଛି ଫରକ ପଡେନାହିଁ । ସ୍ତ୍ରୀ ମାନ୍ୟତା ଲାଗି ସେ ପ୍ରଭାସଙ୍କ ଘର ଭିତରେ ଯେମିତି ରହିବେ ସେନେଇ ଉଦ୍ୟମ ଜାରି ରଖିଛନ୍ତି ସ୍ମୃତି । ସ୍ମୃତିଙ୍କର ଏପରି ଲଢେଇ ବେଶ ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ପୋଲିସ ପ୍ରଶାସନର ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥ ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ 2016 ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । 2019 ମସିହାରେ ଉଭୟ ଘରଛାଡି ଭୁବନେଶ୍ୱର ଚାଲିଯାଇଥିଲେ । 2020 ମସିହା ନଭେମ୍ବର ମାସରେ ବିବାହ ପରେ ହାଇଦ୍ରାବାଦରେ ରହୁଥିଲେ । 2021 ମସିହା ଡିସେମ୍ବର ମାସରେ ଉଭୟ ଖଡିମାହାରା ଆସିଥିଲେ । ସେଠାରେ କିଛିଦିନ ରହିବା ପରେ ପ୍ରଭାସ ନିଜ ଘରକୁ ଆସି ଆଉ ସ୍ମୃତିଙ୍କ ସହ ସଂପର୍କ ରଖିନଥିଲେ । ସ୍ମୃତି ଗତ 25.04.2022 ତାରିଖରେ ପ୍ରଭାସଙ୍କ ଘର ଶଙ୍ଖିଡାକୁ ଯାଇଥିଲେ । ମାତ୍ର ସ୍ମୃତିକୁ ପ୍ରଭାସଙ୍କ ପରିବାର ଲୋକେ ଅଜାତି କହି ତଡି ଦେଇଥିଲେ । ଯାହାକୁ ନେଇ ସେ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲେ ।

ମାତ୍ର ପୋଲିସ ନବୁଝିବାରୁ ସେ ଅଦାଲତରେ ଆଶ୍ରୟ ନେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ ଗତ 14.07.2022 ତାରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଇତିମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜାଣିବାକୁ ପାଇଛି ସ୍ମୃତି । ଯାହାକୁ ନେଇ ପରିବାର ଲୋକଙ୍କ ସହିତ ସ୍ମୃତି ନିଜ ସ୍ୱାମୀଙ୍କ ଦୂଆର ଆଗରେ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.