ETV Bharat / state

ବିବାହ ପରେ ସ୍ବାମୀର ପ୍ରତାରଣା, ନ୍ୟାୟ ପାଇଁ ସ୍ତ୍ରୀର ଧାରଣା - ନ୍ୟାୟ ପାଇଁ ସ୍ତ୍ରୀର ଧାରଣା

6 ବର୍ଷର ସମ୍ପର୍କରେ ତିକ୍ତତା । ବିବାହ ପରେ ସ୍ତ୍ରୀ ସହ ପ୍ରତାରଣା କରିଛି ସ୍ବାମୀ । ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା । ଅଧିକ ପଢନ୍ତୁ

ବିବାହ ପରେ ସ୍ବାମୀର ପ୍ରତାରଣା, ନ୍ୟାୟ ପାଇଁ ସ୍ତ୍ରୀର ଧାରଣା

author img

By

Published : Nov 15, 2022, 2:01 PM IST

Updated : Nov 15, 2022, 2:18 PM IST

ଭଦ୍ରକ: ଭଦ୍ରକରେ ବ୍ରହ୍ମପୁରର ଚିତ୍ର । 6 ବର୍ଷର ସମ୍ପର୍କରେ ପଡିଲା ଭଟ୍ଟା । ସ୍ତ୍ରୀର ମାନ୍ୟତା ପାଇଁ ସ୍ବାମୀ ଘର ଆଗରେ ଧାରଣାରେ ବସିଛି ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁରେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବା ପରେ ସ୍ବାମୀ ଘର ଆଗରେ ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ସ୍ତ୍ରୀ ଧାରଣା ଦେଇଛନ୍ତି । ସ୍ୱାମୀଙ୍କ ଲୁଚାଛୁପା ବିଭାଘର ପ୍ରସ୍ତୁତି ଜାଣିବା ପରେ ମହିଳାଙ୍କ ଅସନ୍ତୋଷ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି ।

ବିବାହ ପରେ ସ୍ବାମୀର ପ୍ରତାରଣା, ନ୍ୟାୟ ପାଇଁ ସ୍ତ୍ରୀର ଧାରଣା

4 ବର୍ଷ ଧରି ପ୍ରେମ ସମ୍ପର୍କ ଆଉ ପରେ 2 ବର୍ଷର ବିବାହ ପରେ ଏପରି ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଛି । ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କୁ ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ 2016 ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସ୍ମୃତି ଦଳିତ ବର୍ଗର ଓ ପ୍ରଭାସ ବ୍ରାହ୍ମଣ ଜାତିରେ ହୋଇଥିବା ନେଇ ବିବାଦ ଉପୁଜିଥିଲା । ପରିବାର ସୀକୃତି ନମିଳିବାକୁ ଉଭୟ ପରିବାର ବିନା ଅନୁମତିରେ ବିବାହ କରିଥିଲେ ।

2020 ମସିହା ନଭେମ୍ବର ମାସରେ ଉଭୟ ବିବାହ କରି ହାଇଦ୍ରାବାଦରେ ରହି ଆସୁଥିଲେ । ପରେ 2021 ଡିସେମ୍ବର ମାସରେ ସ୍ମୃତିକୁ ତାଙ୍କ ବାପାଙ୍କ ଘରେ ଛାଡି ଦେଇ ବିଭିନ୍ନ ଆଳ ଦେଖାଇ ପ୍ରଭାସ ନିଜ ଗାଁକୁ ଆସି ସେଠାରୁ ଦିଲ୍ଲୀ ପଳେଇ ଯାଇଛନ୍ତି । 2020 ଏପ୍ରିଲ ମାସରେ ସ୍ମୃତି ଶଙ୍ଖିଡା ଯାଇଥିଲେ ମାତ୍ର ପ୍ରଭାସଙ୍କ ପରିବାର ଲୋକ ତାଙ୍କୁ ଘରକୁ ଅନୁମତି ଦେଇ ନଥିଲେ । ଯାହାକୁ ନେଇ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲା ସ୍ମୃତି । ମାତ୍ର ପୋଲିସ ଆଜିକାଲି କହି ଟାଳି ଚାଲିଲା ଆଉ ମାମଲା ବି ରୁଜୁ କଲାନାହିଁ । ନିରୁପାୟ ହୋଇ କୋର୍ଟର ଆଶ୍ରୟ ନେଇଥିଲେ ସ୍ମୃତି ।

ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ ଗତ 14.07.2022 ତାରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଇତିମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସ୍ମୃତି ଜାଣିବାକୁ ପାଇଥିଲେ । ଯାହାକୁ ନେଇ ନିଜ ଭାଇ ଓ ବନ୍ଧୁ ବର୍ଗଙ୍କ ସହିତ ସ୍ମୃତି ନିଜ ସ୍ୱାମୀଙ୍କ ଦୂଆରେ ଧାରଣାରେ ବସିଛନ୍ତି ।

ତେବେ ସେ ଏନେଇ ତିହିଡି ପୋଲିସ ଓ ମହିଳା କମିଶନରଙ୍କୁ ଅବଗତ କରିବା ସହିତ ସ୍ତ୍ରୀର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଏନେଇ ତିହିଡ଼ି ପୋଲିସ କି ପ୍ରଭାସଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

Last Updated : Nov 15, 2022, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.