ETV Bharat / state

ଓଡିଶାକୁ କାଳ କୋଲକତା ଫେରନ୍ତା, ଭଦ୍ରକରୁ ପୁଣି 3 କୋରୋନା ପଜିଟିଭ - ଭୁବନେଶ୍ବର ଖବର

ଓଡ଼ିଶାକୁ କାଳ ହେଉଛି କୋଲକତା ଫେରନ୍ତା, ରାଜ୍ୟରେ ପୁଣି 3 ଆକ୍ରାନ୍ତ। ସମସ୍ତ ପଜିଟିଭ୍ କେସ ଭଦ୍ରକ ଅଞ୍ଚଳର। ଏହି 3 ଜଣ କଲିକତା ଫେରନ୍ତା ବୋଲି ଜଣାପଡିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮3 ଛୁଇଁଲା। ଅଧିକ ଖବର ପଢନ୍ତୁ...

Od_bbsr_corona update
Od_bbsr_corona update
author img

By

Published : Apr 22, 2020, 10:00 AM IST

Updated : Apr 22, 2020, 8:57 PM IST

ଭଦ୍ରକ: ଓଡ଼ିଶାକୁ କାଳ ହେଉଛି କୋଲକତା ଫେରନ୍ତା, ରାଜ୍ୟରେ ପୁଣି 3 ଆକ୍ରାନ୍ତ। ସମସ୍ତ ପଜିଟିଭ୍ କେସ ଭଦ୍ରକ ଅଞ୍ଚଳର। ଏହି 3 ଜଣ କଲିକତା ଫେରନ୍ତା ବୋଲି ଜଣାପଡିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮3 ଛୁଇଁଲା।

ଭଦ୍ରକ ଜିଲ୍ଲାରେ ପୁଣି ତିନି ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ପ୍ରଶାସନ ପକ୍ଷରୁ କଡା ଆଭିମୂଖ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 11ରେ ପହଞ୍ଚିଥିବା ବେଳେ ଦୁଇଜଣ ସୁସ୍ଥ ହୋଇଛନ୍ତି। ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବାସୁଦେବପୁର ବ୍ଲକରେ 6 ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ଲକର ସୁଗୋ, ଏରତାଳ, ଲୁଙ୍ଗା, ପଦ୍ମପୁର, ଲକ୍ଷ୍ମିଦାସପୁର, ବିନାୟକପୁର, ଗୁଆଗଡିଆ, ବାଲିମେଦ ଓ ଅଢୁଆଁ ପଞ୍ଚାୟତକୁ ମିଶାଇ ମୋଟ 9 ଗୋଟି ପଞ୍ଚାୟତର 39 ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରଖାଯାଇଛି।

ଓଡିଶାକୁ କାଳ କୋଲକତା ଫେରନ୍ତା, ଭଦ୍ରକରୁ ପୁଣି 3 କୋରୋନା ପଜିଟିଭ

ସେହିପରି ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଓ ତେସିଙ୍ଗା ପଞ୍ଚାୟତର 22 ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ଗତ ମାର୍ଚ୍ଚ 27 ତାରିଖ ଠାରୁ ଅଦ୍ୟାବଧି କଲିକତାରୁ ଆସିଥିବା 400 ଲୋକଙ୍କୁ ବିଭିନ୍ନ କ୍ୟାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେଥିମଧ୍ୟରୁ 300 ଜଣଙ୍କର ସାମ୍ପୁଲ କଲେକ୍ସନ କରାଯାଇଛି । ସେହିପରି ଭାବେ ବାସୁଦେବପୁର ବ୍ଲକ ପାଇଁ 38 ଗୋଟି ଓ ଭଣ୍ଡାରିପୋଖରୀ ବ୍ଲକ ପାଇଁ 26 ଗୋଟି ଟିମ ଗଠନ କରାଯାଇଛି। ଏଥିରେ ଆଶା, ଅଙ୍ଗନବାଡି ହେଲଥ ୱାର୍କର, ଫାର୍ମାସିଷ୍ଟମାନଙ୍କୁ ଏହି ଟିମରେ ନିୟୋଜିତ କରାଯାଇଛି। ତେବେ ଏହି ନୂଆ ତିନିଜଣ କରୋନା ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସହ କଲିକତାରୁ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 22, 2020, 8:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.