ETV Bharat / state

ଧାମନଗର ଉପନିର୍ବାଚନ: ଭୋଟିଂ ଜାରି, ନେତା ବାଛୁଛନ୍ତି ଭୋଟର

author img

By

Published : Nov 3, 2022, 7:29 AM IST

Updated : Nov 3, 2022, 9:02 AM IST

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

ଧାମନଗର ଲଢେଇ: ଆରମ୍ଭ ହେଲା ଭୋଟିଂ, ନେତା ବାଛୁଛନ୍ତି ଭୋଟର

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ( Dhamnagar by poll) । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସ୍ଥାନରେ କାହାର ହେବ ଧାମନଗର ? କିଏ ମାରିବ ବାଜି ? ଏଥିପାଇଁ ଆଜି ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳୁ ମକ୍ ପୋଲିଂ ପରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମତଦାନ ଚାଲିବ । ଏଥିପାଇଁ ଭୋଟରମାନେ ମଧ୍ୟ ବୁଥ ଆଗରେ ଲାଇନ ଲଗାଇବା ଆରମ୍ଭ କଲେଣି । ସମୁଦାୟ ୨୫୨ଟି ବୁଥରେ ଭୋଟଗ୍ରହଣ ହେଉଛି । ୧୧୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଧାମନଗର ଉପନିର୍ବାଚନ

ଧାମନଗର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ ଲକ୍ଷ ୩ହଜାର ୩୮ ପୁରୁଷ ଭୋଟର ଓ ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି । ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ୍ ବୁଥରେ ମତଦାତା ମତଦାନ ସାବ୍ୟସ୍ତ କରିବେ । ଭୋଟର ପରିଚୟ ପତ୍ର ବ୍ୟତୀତ ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ମଧ୍ୟ ଭୋଟ୍ ଦେଇ ପାରିବେ ।

ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଜେପି ପକ୍ଷରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ(BJP candidate Suryavanshi Suraj) ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବାବା ହରେକୃଷ୍ଣ ସେଠୀ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ।

ବିଜେଡି ପ୍ରାର୍ଥୀ ଚୟନରେ ଅସନ୍ତୁଷ୍ଟ ହୋଇ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଧାମନଗରବାସୀ ଆଜି ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ତେବେ କିଏ ଧାମନଗରରେ ବାଜି ମାରିବ ତାହା ଆସନ୍ତା ୬ ତାରିଖରେ ଭୋଟ ଗଣତି ପରେ ଜଣାପଡିବ ।

Last Updated : Nov 3, 2022, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.