ETV Bharat / state

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଭଦ୍ରକରେ ହାଇଡ୍ରାମା

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ହାଇଡ୍ରାମା । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସମୟରେ ଭଦ୍ରକରେ ବିଜେଡି ଓ ବିଜେପି ମଧ୍ୟରେ ଉତ୍ତେଜନା । ଅଧିକ ପଢନ୍ତୁ

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଭଦ୍ରକରେ ହିଂସା

author img

By

Published : Jan 22, 2022, 12:08 PM IST

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଏହା ଶେଷ ହୋଇଛି । ନାମାଙ୍କନ ଦାଖଲର ଶେଷ ଦିନରେ ଭଦ୍ରକରେ ବିଜେଡି ଓ ବିଜେପି ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ହସ୍ତକ୍ଷେପ ପରେ ସ୍ଥିତିରେ ସମାନ୍ୟ ସୁଧାର ଆସିଥିଲା ।

ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଭଦ୍ରକରେ ହିଂସା

ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତରେ ପ୍ରାର୍ଥୀପତ୍ର ଦାଖଲ ଜାରି ସମୟରେ କୌଣସି ଏକ କାରଣକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ବିବାଦ ଏକ ତୀବ୍ର ରୂପ ଧାରଣ କରିଥିଲା। ବିଜେଡିର ୧୦୦ରୁ ଅଧିକ କର୍ମୀ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସମେତ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ଦର୍ଶାଇ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡି କର୍ମୀଙ୍କୁ ପୋଲିସ ସୁରକ୍ଷା ଯୋଗାଇବା ନେଇ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେପି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.