ETV Bharat / state

ଚୋରା କୋଇଲା ବୋଝେଇ ଗାଡିକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ - ପୋଲିସ ଗ୍ରାମବାସୀ ମୁହାଁମୁହିଁ

ନରେନ୍ଦ୍ରପୁର ଗାଁରେ ଚୋରା କୋଇଲା ବୋଝେଇ ଗାଡିକୁ ନେଇ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ

ପୋଲସ ଗ୍ରାମବାସୀ ମୁହାଁମୁହିଁ
ପୋଲସ ଗ୍ରାମବାସୀ ମୁହାଁମୁହିଁ
author img

By

Published : Feb 20, 2023, 7:15 AM IST

ପୋଲସ ଗ୍ରାମବାସୀ ମୁହାଁମୁହିଁ

ଭଦ୍ରକ: ଚୋରା କୋଇଲା ବୋଝେଇ ଗାଡିକୁ ନେଇ ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ମୁହାଁମୁହିଁ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । କିଛି ସମୟ ଧରି ପୋଲିସ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା । ଭାରି ଯାନରେ କୋଇଲା ଚାଲାଣ ହେଉଥିବା ବେଳେ ଏଥିରେ ପୋଲିସର ହାତ ରହିଥିବା କହିଥିଲେ ଗ୍ରାମବାସୀ । ତେବେ କିଛି ସମୟ ଧରି ପୋଲିସ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଥିଲା ।

ଖବର ଅନୁଯାୟୀ, ନରେନ୍ଦ୍ରପୁର ଗାଁରେ ରାତିରେ ଏକାସଙ୍ଗେ ଚାରି ପାଞ୍ଚଟି ଚୋରା କୋଇଲା ବୋଝେଇ ଗାଡି ଦିଗଛିଆ ଦେଇ ଚାନ୍ଦବାଲି ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲା । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଏକ ଘରୋଇ ଗାଡିରେ ପୋଲିସ ସାଧା ପୋଷାକ ଘଟଣା ସ୍ଥଳରେ ପହଞ୍ଚିଥିଲା । ଯାହାକୁ ନେଇ ବିପକ୍ଷବାଦୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଚୋରା କୋଇଲା ବୋଝେଇ ଗାଡିକୁ ଖସେଇ ଦେବାପାଇଁ ପୋଲିସ ଆସିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ପୋଲିସ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ ବୁଝିନଥିଲେ । ପ୍ରତି ଗାଡିରୁ କେତେକ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀ ଚାନ୍ଦା ନେଉଛନ୍ତି ବୋଲି ସେମାନେ କହିଥିଲେ। ନିୟମିତ ଭାବେ ପୋଲିସର ଏତାଦୃଶ କାର୍ଯ୍ୟକଳାପକୁ ନେଇ ସରପଞ୍ଚ ମଧ୍ୟ ସର୍ବସମ୍ମୁଖରେ ପ୍ରତିବାଦ କରିଥିଲେ ।

ଅନ୍ୟପଟେ ପୋଲିସ ପକ୍ଷରୁ ଏଭଳି କଥାକୁ ଖଣ୍ଡନ କରାଯାଇଥିବା ସୂଚନା ମିଳିଛି ଏବଂ ଚୋରା କୋଇଲା ଚାଲାଣକୁ ପୋଲିସ ପକ୍ଷରୁ ପ୍ରତିହତ କରାଯାଉଥିବା ନେଇ ବିପକ୍ଷବାଦୀଙ୍କୁ ପୋଲିସ ବୁଝାଇଥିଲେ । ଏପରିକି ଦିନରେ ରାସ୍ତା କଡରେ ମହଜୁଦ ରହୁଥିବା ଚୋରା କୋଇଲା ବସ୍ତା ଗୁଡିକୁ ନଷ୍ଟ କରି ମାଫିଆଙ୍କ ନିଦ ହଜେଇ ଦେଇଥିବା ମଧ୍ୟ ଉତ୍ତେଜିତ ଲୋକମାନଙ୍କୁ ପୋଲିସ ପକ୍ଷରୁ ବୁଝା ଯାଇଥିଲା । ପରି ଶେଷରେ ଏହି ଘଟଣାକୁ ନେଇ ପୋଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପରେ ସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ତେବେ ଘଟଣା ସମୟରେ ଗାଡି ମାଲିକ ସମେତ ଅନ୍ୟ କେତେକ ଲୋକେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀଙ୍କ ଠାରୁ କୋଇଲା ବୋଝେଇ ଗାଡି ଛଡେଇ ନେବାକୁ ଉଦ୍ୟମ କରିଥିଲେ । ହେଲେ ଶେଷରେ କୋଇଲା ବୋଝେଇ ଗାଡି ସହ ବହୁ ମାତ୍ରାରେ ଚୋରା ଚାଲାଣ ହେଉଥିବା କୋଇଲା ବସ୍ତା ଗୁଡିକୁ ଜବତ କରାଯାଇଛି ଏବଂ ଚାଳକ ଅକ୍ଷୟ କୁମାର ରାଉତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.