ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି, ଆମରଣ ଅନଶନରେ ସରପଞ୍ଚ

author img

By

Published : Mar 2, 2021, 8:16 AM IST

ଭଦ୍ରକ ଜିଲ୍ଲା ତିହିଡ ବ୍ଲକର ନବଗଠିତ ଫତେପୁର ପଞ୍ଚାୟତରେ ପଞ୍ଚାୟତ ଗୃହ ନିର୍ମାଣରେ ବିଳମ୍ବ ହୋଇଥିବା ଅଭିଯୋଗ କରି ଆମରଣ ଅନଶନରେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବିରେ ଆମରଣ ଅନଶନ

ଭଦ୍ରକ: ଜିଲ୍ଲା ତିହିଡ ବ୍ଲକର ନବଗଠିତ ଫତେପୁର ପଞ୍ଚାୟତରେ ପଞ୍ଚାୟତ ଗୃହ ନିର୍ମାଣରେ ବିଳମ୍ବ ହୋଇଥିବା ଅଭିଯୋଗ । ଏହାର ପ୍ରତିବାଦ କରି ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ସମେତ ପଞ୍ଚାୟତବାସୀ ତହସିଲ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି ।

ପୂର୍ଣ୍ଣଗଠନ ହୋଇଥିବା ଫତେପୁର ପଞ୍ଚାୟତରେ ପଞ୍ଚାୟତ ଅଫିସ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ପ୍ରସ୍ତାବ ଆଗତ କଲେ । ଏ ନେଇ ତିନୋଟି ଜାଗା ଭିତରୁ 25 ଡିସିମିଲରେ ଗୋଟିଏ ଜାଗା ଚିହ୍ନଟ ହୋଇଥିଲା । ଜାଗା ଚିହ୍ନଟକୁ ଚାରି ବର୍ଷ ବିତିଗଲାଣି ହେଲେ ଏ ପର୍ଯ୍ୟନ୍ତ ସରପଞ୍ଚ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିନାହିଁ । ତହସିଲଦାରଙ୍କ ଠାରୁ ଆରମ୍ଭ କରି ବିଡିଓ ଉଭୟ ଶାସକ ଦଳର ହାତବାରିଶି ସାଜି ଏହି ପଞ୍ଚାୟତକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଏହା ସହିତ ପଞ୍ଚାୟତର ଉନ୍ନୟମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଲୋକଙ୍କୁ ସେମାନଙ୍କ ଭତ୍ତା ଟଙ୍କା ଗଛ ମୂଳେ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଗତ ଚାରି ବର୍ଷ ହେବ ବିଡିଓଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେଣି ସରପଞ୍ଚ ହେଲେ କିଛି ସୁଫଳ ନାହିଁ ।

ଫତେପୁର ମୌଜାରେ ଯେଉଁ ଉନ୍ନତ କିସମର ସରକାରୀ ଜମି ଚିହ୍ନଟ ପାଇଁ ପ୍ରସ୍ତାବ ଦିଆଯାଇଥିଲା ତାହାର ମାପଚୁପ କରାଯାଇଥିଲେ ମଧ୍ୟ ଏଯାଏଁ ତହସିଲ ପକ୍ଷରୁ ଅନୁମତି ମିଳୁନଥିବାରୁ ଗତ ସପ୍ତାହରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ପଞ୍ଚାୟତବାସୀ । ସେଥିରେ କୌଣସି ସୁଫଳ ମିଳିନଥିବାରୁ ସୋମବାର ଆମରଣ ଅନଶନ କରାଯାଇଛି । ସମସ୍ୟାର ସମାଧାନ କରାନଯିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.