ETV Bharat / state

ଚଞ୍ଚକତା କରି ବିଧାୟକଙ୍କ ପାଣ୍ଠିରୁ ଟଙ୍କା ହଡପ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ହନୁମାନ ମନ୍ଦିରକୁ କମ୍ୟୁନିଟି ସେଣ୍ଟର ଦର୍ଶାଇ ବିଧାୟକଙ୍କ ପାଣ୍ଠିରୁ ଟଙ୍କା ଲୁଟ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

author img

By

Published : Jun 8, 2023, 2:24 PM IST

money looted from mla funds
money looted from mla funds
money looted from mla funds

ଭଦ୍ରକ: ଲୋକଙ୍କ ଅର୍ଥରେ ନିର୍ମିତ ହୋଇଥିଲା ହନୁମାନ ମନ୍ଦିର । ଏହାକୁ କିନ୍ତୁ ହନୁମାନ କମ୍ୟୁନିଟି ସେଣ୍ଟର ଭାବେ ଦର୍ଶାଯାଇ ଭଦ୍ରକ ବିଧାୟକଙ୍କ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ହରିଲୁଟ ହୋଇଛି । ସୂଚନା ଅଧିକାର ଆଇନ ବଳରେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଟଙ୍କା ହଡପ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଭଦ୍ରକ ବ୍ଲକ ଅନ୍ତର୍ଗତ କେଦାରପୁର ଗ୍ରାମ ପଞ୍ଚାୟତରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ତିନି ବର୍ଷ ପୂର୍ବରୁ ଗାଁ ଲୋକଙ୍କ ବ୍ୟକ୍ତିଗତ ଅର୍ଥ ଦାନରେ କେଦାରପୁର ପଞ୍ଚାୟତ ଅଧୀନସ୍ଥ ଦଶ ଘରିଆ ଠାରେ ଏକ ହନୁମାନ ମୂର୍ତ୍ତି ସହ ମନ୍ଦିର ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ସୂଚନା ଅଧିକାର ଆଇନ ମାଧ୍ୟମରେ ଗ୍ରାମବାସୀ ମାନେ ଜାଣିବାକୁ ପାଇଛନ୍ତି, ଏହି ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଭଦ୍ରକ ବିଧାୟକଙ୍କ ହାତ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ମଞ୍ଜୁର କରାଇ ଗ୍ରାମବାସୀଙ୍କ ଦ୍ଵାରା ନିର୍ମିତ ଏହି ମନ୍ଦିରଟିକୁ ହନୁମାନ କମ୍ୟୁନିଟି ସେଣ୍ଟର ଦର୍ଶାଇ ସମ୍ପୂର୍ଣ୍ଣ ବିଲ୍ ଉଠାଇ ନେଇଛନ୍ତି ।

ଏହି ଏକ ଲକ୍ଷ ଟଙ୍କାକୁ ପଞ୍ଚାୟତ ସମିତିର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ ଉଠାଣ କରି ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଏହି କାର୍ଯ୍ୟ ପାଇଁ ବରହମପୁର ରାଜସ୍ୱ ନିରୀକ୍ଷକ ଯେଉଁ ଜମିରେ ଫିଜିବିଲିଟ୍ ରିପୋର୍ଟ ଦେଇଥିଲେ, ସେହି ଜମିରେ ଦଶଘରିଆ ହନୁମାନ କମ୍ୟୁନିଟି ସେଣ୍ଟର ନାହିଁ ।

ହନୁମାନ ମନ୍ଦିରକୁ ହନୁମାନ କମ୍ୟୁନିଟି ସେଣ୍ଟର ଦର୍ଶାଇ ବିଧାୟକଙ୍କ ପାଣ୍ଠିରୁ ହୋଇଥିବା ଟଙ୍କା ହଡପ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି କାର୍ଯ୍ୟର ସଂପୂର୍ଣ୍ଣ ତଥ୍ୟାବଳି ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏହି ହଡ଼ପ ଘଟଣାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ବିଧାୟକଙ୍କ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଚଳୁ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୋଧରେ ଆଇନଗତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଏନେଇ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିବା ବେଳେ ଭଦ୍ରକ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଜାଣତରେ ହୋଇଥିଲା ନା ଅଜାଣତରେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.