ETV Bharat / state

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୁଝିଲେ ଦମ୍ପତିଙ୍କ ଦୁଃଖ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

author img

By

Published : Sep 6, 2020, 7:12 AM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଅସିମା ଓ ସୁକାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପଢନ୍ତୁ ପୁରା ଘଟଣା..

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୁଝିଲେ ଦମ୍ପତିଙ୍କ ଦୁଃଖ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୁଝିଲେ ଦମ୍ପତିଙ୍କ ଦୁଃଖ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭଦ୍ରକ: ଚାନ୍ଦବାଲିର ଦମ୍ପତିଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଚିଠିରେ ଉକ୍ତ ଦମ୍ପତିଙ୍କୁ ନ୍ୟାୟ ଦେବାକୁ ପ୍ରତାପ ଉଲ୍ଲେଖ କରିଛନ୍ତି ।

ଘଟଣାନୁସାରେ, ଚାନ୍ଦବାଲିରେ ନେହୁର ପାର୍କର ଉନ୍ନତିକରଣ ପାଇଁ ଭାଟପଡ଼ା ପଞ୍ଚାୟତ ସେରପୁର ଗାଁର ସମ୍ପତି ସୁକାନ୍ତ ମୁଦୁଲି ଓ ତାଙ୍କ ସ୍ତ୍ରୀ ଅସିମା ମୁଦୁଲି କାର୍ଯ୍ୟଦେଶ ନେଇ କାର୍ଯ୍ୟ କରିଥିଲେ । ହେଲେ କାର୍ଯ୍ୟ ଶେଷ କରିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ଓ ଚାନ୍ଦବାଲି ବ୍ଳକର ଅନ୍ୟ ପ୍ରଶାସନିକ ଅଧିକାରୀ ଏହି ଦମ୍ପତିଙ୍କୁ ତାଙ୍କ ପ୍ରାପ୍ୟ ନଦେଇ ମାନସିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଥିଲା ।

ତେଣୁ ଟଙ୍କା କରଜ କରି ଏହି କାର୍ଯ୍ୟ କରିଥିବାରୁ ଉଭୟ ବହୁ ଚାପ ଥିବା ବେଳେ ନିରୁପାୟ ହୋଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଥିଲେ । ଏ ଘଟଣା ନେଇ ସମସ୍ତ ବିଷୟ ଅବଗତ ହେବା ପରେ, କେନ୍ଦ୍ରମନ୍ତ୍ରୀ ଏହି ଦମ୍ପତିଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଯାହାକି ଚାନ୍ଦବାଲି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.