ଭଦ୍ରକ: ଜିଲ୍ଲା ଚାନ୍ଦବାଲି ଥାନା ମଠସାହି ଗାଁରେ ମଥୁରି ଦାସ୍ ବିଲରେ ଧାନ ରୋଉ ଥିବା ବେଳେ ଆଜି ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ତୁରନ୍ତ ଗାଁଲୋକେ ତାଙ୍କୁ ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଗାଁର ରମାକାନ୍ତ ବେଜ ଚାନ୍ଦବାଲିକୁ ଘରକାମ ପାଇଁ କାଠ କିଣିବାକୁ ଆସିଥିଲେ। ହେଲେ ଶାସ୍ତ୍ରୀ ଘାଟ ନିକଟରେ ବର୍ଷା ହେବା ଯୋଗୁଁ ଦୋକାନ ପାଖରେ ଛିଡ଼ା ହୋଇଥିଲେ। ବଜ୍ରପାତ ଯୋଗୁଁ ସେହି ଠାରେ ହିଁ ସେ ଟଳି ପଡିଥିଲେ। ତେବେ ପରିବାର ଲୋକେ ପହଞ୍ଚି ଏନେଇ ପୋଲିସ୍ କୁ ଖବର ଦେଇଥିଲେ। ତେବେ ପୋଲିସ୍ ଉଭୟ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ