ETV Bharat / state

୨୪ ଘଣ୍ଟା ନ ପୁରୁଣୁ ଗୋଟିଏ ସ୍ଥାନରୁ ବନ୍ଧୁକ ମୁନରେ ଦୁଇଟି ଲୁଟ - loot from medicine shop

ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ କରିବାର 24 ଘଣ୍ଟା ନ ପୁରୁଣୁ ଆରଡ଼ି ଛକ ନିକଟରୁ ପୁନଶ୍ଚ ଲୁଟ । ସତେ ଯେମିତି ଲୁଟର ସହର ପାଲଟି ଯାଇଛି ଭଦ୍ରକ । ଅଧିକ ପଢନ୍ତୁ...

୨୪ ଘଣ୍ଟା ନପୁରୁଣୁ ଗୋଟିଏ ସ୍ଥାନରୁ ବନ୍ଧୁକ ମୁନରେ ଦୁଇଟି ଲୁଟ

author img

By

Published : Nov 11, 2021, 9:42 PM IST

ଭଦ୍ରକ: ଲୁଟେରା ମାତିଛନ୍ତି ଭଦ୍ରକରେ । ସତେ ଯେମିତି ଲୁଟର ସହର ପାଲଟି ଯାଇଛି ଭଦ୍ରକ । ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ କରିବାର 24 ଘଣ୍ଟା ନପୁରୁଣୁ ଆରଡ଼ି ଛକ ନିକଟରୁ ପୁନଶ୍ଚ ଲୁଟ। ଘରଭଡା ନେବାକୁ କହି ବନ୍ଧୁକ ଦେଖାଇ ଏହିପରି ଲୁଟ ହୋଇଥିବା ଜଣାପଡିଛି। ଏଥିସହ ଲୁଟେରାଙ୍କ ମାଡ଼ରେ ବୃଦ୍ଧା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

୨୪ ଘଣ୍ଟା ନପୁରୁଣୁ ଗୋଟିଏ ସ୍ଥାନରୁ ବନ୍ଧୁକ ମୁନରେ ଦୁଇଟି ଲୁଟ

ଖବର ଅନୁଯାୟୀ ନେସ୍କୋର ପୂର୍ବତନ ଡେପୁଟି ଜେନେରାଲ ମ୍ୟାନେଜର କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ଏହି ଲୁଟ ହୋଇଛି। ତେବେ ଦୁଇ ଦୁର୍ବୃତ୍ତ ସକାଳେ ଆସି ଘର ଭଡା ନେବା ପାଇଁ କଥା ହୋଇ ପଳାଇଥିଲେ । ପରେ କୃଷ୍ଣଚନ୍ଦ୍ର ଘରୁ ବାହାରି ଯିବା ପରେ ପୁଣି ଦୁଇ ଦୁର୍ବୃତ୍ତ ଘରକୁ ଆସି ଘର ଭଡା ପାଇଁ ଅଗ୍ରୀମ ଦେବା ନେଇ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ । ପରେ ପାଣି ପିଇବା ପାଇଁ କହିବାରୁ ମହିଳା ଜଣକ ଘର ଭିତରକୁ ଯାଇଥିବା ବେଳେ ଦୁଇ ଦୁର୍ବୃତ୍ତ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେଲ୍ଟରେ ବେକକୁ ବାନ୍ଧି ସୁନା ଗହଣା ଲୁଟି ନେଇଥିଲେ । ଏହି ସମୟରେ କୃଷ୍ଣଚନ୍ଦ୍ର ଘରକୁ ଫେରି ଆସିବାରୁ ଲୁଟେରା ଦୁଇ ଜଣ ବାଇକ ନେଇ ପଳାଇ ଯାଇଥିଲେ ।

ପରେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଆହତ ଅବସ୍ଥାରେ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ତେବେ ଗତକାଲି(ବୁଧବାର) ରାତିରେ ଏହି ଘରଠାରୁ ମାତ୍ରା 500 ମିଟର ଦୂରରେ ଥିବା ଏକ ମେଡ଼ିସିନ ଦୋକାନରେ ଗୁଳି କରି ଟଙ୍କା ଲୁଟ କରିଥିଲେ ଲୁଟେରା । ଏବେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.