ଭଦ୍ରକ: ଚରମ୍ପା ଓଭରବ୍ରିଜ ନିକଟରୁ 81 ଗ୍ରାମ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ। ଧଳା ଜହର କାରବାର ଭଦ୍ରକ ଜ଼ିଲ୍ଲାରେ ବ୍ୟାପକ ମାତ୍ରା ଚାଲିଛି। ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ସମ୍ପୂର୍ଣ୍ଣ ଭାବେ ବ୍ରାଉନ ସୁଗାର ବେପାରୀଙ୍କ ଉପରେ ନଜର ରଖିଥିବା ବେଳେ ଆଜି ଧରିବାରେ ସଫଳ ହୋଇଛି।
ସୂଚନା ଅନୂଯାଇ ଦୁଇ ଜଣ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲେ। ପରେ ଖୋଳତାଡ଼ କରିବା ପରେ ସେମାନଙ୍କ ନିକଟରୁ 81 ଗ୍ରାମ ବ୍ରାଉନ ସୁଗାର ସହ ବାଇକକୁ ଜବତ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ 8 ଲକ୍ଷ ରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡିଛି। ଏହି ଦୁଇଜଣ ଜଳେଶ୍ଵର ରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲ୍ଲା ରେ ବ୍ୟବସାୟ କରୁଥିଲେ। ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବାରୁ ଏମାନେ ଅଧିକ ସକ୍ରିୟ ହୋଇଥିଲେ ବୋଲି ସୂଚନା ମିଳିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ