ETV Bharat / state

ଆନ୍ଦୋଳନକାରୀଙ୍କ ରାସ୍ତାରୋକରେ ଫସିଲେ ମନ୍ତ୍ରୀ ପଦ୍ମନାଭ - ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ

ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକରେ ଫସିଲେ ମନ୍ତ୍ରୀ ।

transport minister in between protest
ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ
author img

By

Published : Jan 4, 2020, 10:33 PM IST

ଭଦ୍ରକ: ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୂଚନାନୁଯାୟୀ, ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ ଆଜି (ଶନିବାର) ଏକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ପରେ ଏହାକୁ ନେଇ ଉତ୍ୟକ୍ତ ଲୋକେ ରାଣୀତାଲ ଠାରେ ଜାତୀୟ ରାଜପଥ ଅବରୋଧ କରିବାରୁ ମନ୍ତ୍ରୀ ଫସିଥିଲେ ।

ଆନ୍ଦୋଳକାରୀଙ୍କ ମଧ୍ୟରେ ଫସିଲେ ପଦ୍ମନାଭ

ପରେ ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ଗାଡି ଅଟକାଇ ରାଣୀତାଲରେ ଅଣ୍ଡର ପାସ ନିର୍ମାଣ ଦାବି ଉପସ୍ଥାପନ କରିଥିଲେ । ପ୍ରକାଶଥାଉକି, ରାଣୀତାଲରେ ଅଣ୍ଡର ପାସ ନିର୍ମାଣ ଦାବି ନେଇ ଗତ ଡିସେମ୍ବର 24 ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ରାଣୀତାଲ ବିକାଶ ମଞ୍ଚ ଆହ୍ୱାନରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ରାଣୀତାଲ ବଜାର କମିଟି, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ସାହିତ୍ୟ ଘର ଓ ଏପିଜେ ଅବଦୁଲ କାଲାମ ଟ୍ରଷ୍ଟର କର୍ମକର୍ତ୍ତାମାନେ ଗତ 11ଦିନ ହେବ ରାଣିତାଲରେ ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମକୁ ବନ୍ଦ ରଖିଛନ୍ତି ।

ପ୍ରମୂଖ ଦଳର ନେତା ବିଭିନ୍ନ ସମୟରେ ସଭା ସ୍ଥଳିରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଯୋଗାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନା ଜାତୀୟ ରାଜପଥ କର୍ତ୍ତୁପକ୍ଷ କେହି ବି ଆଲୋଚନାକୁ ଆସୁ ନାହାନ୍ତି । ଫଳରେ ଏହି ଘଟଣା ଘଟିବା ପରେ ଲୋକମାନେ ମନ୍ତ୍ରୀଙ୍କୁ ଅଟକାଇ ନିଜର ଦାବି ରଖିଥିଲେ । ତେବେ ଏନେଇ ବିହୀତ ପଦକ୍ଷେପ ନିଶ୍ଚିତ ଭାବେ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ଦାବୀ ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TRANSPORT MINISTER
FORMAT : AVB
REPORT : DEBASIS MOHAPATRA / BHADRAK
DATE : 04.01.2020

ANCHOR : ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସୂଚନା ଅନୁଯାୟୀ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଥିଲା ଯାହାକି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ପରେ ଏହାକୁ ନେଇ ଉକ୍ତ ରାଣୀତାଲ ଠାରେ ଜାତୀୟ ରାଜପଥ ଅବରୋଧ ହେବାରୁ ମନ୍ତ୍ରୀ ଫସି ଯାଇଥିଲେ। ପରେ ଆନ୍ଦୋଳନକାରୀ ମନ୍ତ୍ରୀ ଙ୍କ ଗାଡି ଅଟକାଇ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବୀ ଉପସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବୀ ନେଇ ଗତ ୨୪ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ରାଣୀତାଲ ବିକାଶ ମଂଚ ଆହ୍ୱାନରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ରାଣୀତାଲ ବଜାର କମିଟି, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ସାହିତ୍ୟ ଘର ଓ ଏ.ପିଜେ ଅବଦୁଲ କାଲାମ ଟ୍ରଷ୍ଟର କର୍ମକର୍ତ୍ତାମାନେ ଗତ 11ଦିନ ହେବ ରାଣିତାଲରେ ୧୬ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମକୁ ବନ୍ଦ ରଖିଛନ୍ତି । Body:ପ୍ରମୂଖ ଦଳର ନେତା ବିଭିନ୍ନ ସମୟରେ ସଭା ସ୍ଥଳିରେ ପହଂଚି ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଯୋଗାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନା ଜାତୀୟ ରାଜପଥ କର୍ତ୍ତୁପକ୍ଷ କେହି ବି ଆଲୋଚନାକୁ ଆସୁ ନାହାନ୍ତି । ଫଳରେ ଆଜି ଏହି ଘଟଣା ଘଟିବ ପରେ ଲୋକମାନେ ମନ୍ତ୍ରୀଙ୍କୁ ଅଟକାଇ ନିଜର ଦାବି କହିଥିଲେ। ତେବେ ଏନେଇ ବିହୀତ ପଦକ୍ଷେପ ନିଶ୍ଚିତ ଭାବେ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଶୃତି ଦେଇଥିଲେ। ଅନ୍ୟପକ୍ଷରେ ଦାବୀ ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।
Bite_1 : ପଦ୍ମନାଭ ବେହେରା_ପରିବହନ ମନ୍ତ୍ରୀ
Bite_2 : ଭାଗୀରଥି ନାୟକ_ଆନ୍ଦୋଳନ ଜାରି
Bite_3 : ଗଣେଷ ପ୍ରସାଦ ଦାସ_ଆନ୍ଦୋଳନ ଜାରିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.