ETV Bharat / state

ବିଶ୍ବ ଜଳାନ୍ତକ ଦିବସ; କାଗଜ କଲମରେ ଚାଲିଛି ସଚେତନତା - ଜଳାନ୍ତକ ରୋଗ ପ୍ରତିରୋଧକ

ଆଜି ହେଉଛି ବିଶ୍ଵ ଜଳାନ୍ତକ ଦିବସ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, 2018 ସେପ୍ଟେମ୍ବର 27 ରୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ନାହିଁ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ।

ବିଶ୍ବ ଜଳାନ୍ତକ ଦିବସ
author img

By

Published : Sep 29, 2019, 12:35 AM IST

ଭଦ୍ରକ: ଆଜି ହେଉଛି ବିଶ୍ଵ ଜଳାନ୍ତକ ଦିବସ। ସାଧାରଣ କୁକୁର କାମୁଡିଲେ ଏହି ରୋଗ ହୋଇଥାଏ । ଆଉ ସଠିକ ସମୟରେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନ ନ ନେଲେ ମୃତ୍ୟୁ ଥୟ । ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ବରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି।

ବିଶ୍ବ ଜଳାନ୍ତକ ଦିବସ

1885 ଜୁଲାଇ 6 ତାରିଖ ଦିନ ଲୁଇସ ପାଶ୍ଚର ପ୍ରଥମେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନକୁ ବିକଶିତ କରିଥିଲେ। 1895 ସେପ୍ଟେମ୍ବର 28 ତାରିଖ ଦିନ ଲୁଇସଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ଚିରସ୍ମରଣୀୟ କରିବା ପାଇଁ 2007 ସେପ୍ଟେମ୍ବର 28 ତାରିଖରୁ ଅଦ୍ୟାବଧି ପ୍ରତିବର୍ଷ ସେପ୍ଟେମ୍ବର 28 ତାରିଖ ଦିନକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ବରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳାନ୍ତକ ରୋଗ ପ୍ରତିରୋଧକ କରିବା ପାଇଁ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା।

ହେଲେ ଦୁର୍ଭାଗ୍ୟର ବିଷୟ, 2018 ସେପ୍ଟେମ୍ବର 27 ରୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ନାହିଁ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ। ଯାହାକି ଆଜିକୁ ଠିକ୍ ଏକ ବର୍ଷ ହେବ। ବାଧ୍ୟ ହୋଇ ପୀଡିତ ପଶୁମାନଙ୍କ ଚିକିତ୍ସା ପାଇଁ ବଜାରରୁ ଚଢା ଦରରେ କିଣିବାକୁ ପଡ଼ୁଛି ଏହି ଇଞ୍ଜେକ୍ସନ। ଏନେଇ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଳାନ୍ତକ ରୋଗ ପ୍ରତିରୋଧକ ନେଇ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହେଉଥିବା ବିଶ୍ବ ଜଳାନ୍ତକ ଦିବସର ପ୍ରକୃତ ପ୍ରାସଙ୍ଗିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WORLD RABIES DAY
FORMAT : INVESTIGATIVE 
REPORT : DEBASIS MOHAPATRA / BHADRAK
DATE : 28.09.2019 

ANCHOR : ଆଜି ବିଶ୍ଵ ଜଳାନ୍ତକ ଦିବସ। କୁକୁର କାମୁଡିଲେ ଜଳାନ୍ତକ ରୋଗ ହୋଇଥାଏ। ସଠିକ ସମୟରେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନ ନନେଲେ ମୃତ୍ୟୁ ଥୟ। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ୱରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି। ହେଲେ ବିଡମ୍ବନାର କଥା ଆଜିକୁ ଠିକ୍ ଏକ ବର୍ଷ ହେବ ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ ଉପଲବ୍ଧ ନାହିଁ। ତେଣୁ ସଚେତନତା ସୃଷ୍ଟି କରିବା ଦୂରର କଥା, ଜିଲ୍ଲାରେ ଏକପ୍ରକାର ଅସୁରକ୍ଷିତ ହୋଇପଡିଛି ପଶୁ ସମ୍ପଦ। ଜାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଇଟିଭି ଭାରତ ଇନଭେଷ୍ଟୀକେଟିଭ। Body:Vo_1 : 1885 ଜୁଲାଇ 6 ତାରିଖ ଦିନ ଲୁଇସ ପାଶ୍ଚର ପ୍ରଥମେ ଜଳାନ୍ତକ ରୋଗ ପ୍ରତିରୋଧକ ଇଞ୍ଜେକ୍ସନ କୁ ବିକଶିତ କରିଥିଲେ। 1895 ସେପ୍ଟେମ୍ବର 28 ତାରିଖ ଦିନ ଲୁଇସ ଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ଚିର ସ୍ମରଣୀୟ କରିବା ପାଇଁ 2007 ସେପ୍ଟେମ୍ବର 28 ତାରିଖ ରୁ ଅଦ୍ୟାବଧି ପ୍ରତିବର୍ଷ ସେପ୍ଟେମ୍ବର 28 ତାରିଖ ଦିନକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ବିଶ୍ୱରେ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳାନ୍ତକ ରୋଗ ପ୍ରତିରୋଧକ କରିବା ପାଇଁ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା। ହେଲେ ଦୁର୍ଭାଗ୍ଯର ବିଷୟ, 2018 ସେପ୍ଟେମ୍ବର 27 ତାରିଖ ରୁ ଅଦ୍ୟାବଧି ଭଦ୍ରକ ଜିଲ୍ଲା ପଶୁ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ନାହିଁ ଜଳାନ୍ତକ ରୋଗ ପ୍ରତିଷେଧକ ଇଞ୍ଜେକ୍ସନ। ଯାହାକି ଆଜିକୁ ଠିକ୍ ଏକ ବର୍ଷ ହେବ। ବାଧ୍ୟ ହୋଇ ପୀଡିତ ପଶୁମାନଙ୍କ ଚିକିତ୍ସା ପାଇଁ ବଜାର ରୁ ଚଢା ଦରରେ କିଣିବାକୁ ପଡ଼ୁଛି ଏହି ଇଞ୍ଜେକ୍ସନ। ତେଣୁ ଅଯଥାରେ ଲୋକେ ଅର୍ଥ ଦଣ୍ଡ ଭୋଗୁଥିବା ଅଭିଯୋଗ ହୋଇଛି। ଏନେଇ ବିଶ୍ଵ ଜଳାନ୍ତକ ଦିବସ ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଏକ ଦୁର୍ଭାଗ୍ୟ ଜନକ ପରିସ୍ଥିତି ବୋଲି କହିବା ସହ ଏନେଇ ବିଭାଗୀୟ ଅଧିକାରୀ ତଥା ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବୀ ହୋଇଛି।
Bite_1 : ତହେର ମହମ୍ମଦ_ବୁଦ୍ଧିଜୀବୀ 
Bite_2 : ନଳିନୀକାନ୍ତ ମହାନ୍ତି_ଜିଲ୍ଲା କାର୍ୟକାରୀ ସଭାପତି_କଂଗ୍ରେସ

Vo_2 : ଏନେଇ ଆମେ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ନେଇଥିଲୁ। ଜଳାନ୍ତକ ରେ ପୀଡିତ ପଶୁ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ ଇଞ୍ଜେକ୍ସନ, 2018 ସେପ୍ଟେମ୍ବର 27 ତାରିଖ ରୁ ଅଦ୍ୟାବଧି ଉପଲବ୍ଧ ଅଛି କି ନାହିଁ ବୋଲି ଆମେ ସିଧାସଳଖ ପ୍ରଶ୍ନ ଉଠେଇ ଥିଲୁ। ଏହା ଉପଲବ୍ଧ ନାହିଁ ବୋଲି ସେ ଆମକୁ ସଫେଇ ଦେଇଥିଲେ। ଏଥିସହ ଇଞ୍ଜେକ୍ସନ ବଜାରରୁ ଆଣିବା ପାଇଁ ପରାମର୍ଶ ଦିଆଯାଏ ବୋଲି ସେ ଆମକୁ କହିଥିଲେ। ତେବେ ଖୁବଶୀଘ୍ର ଏହା ଉପଲବ୍ଧ ହୋଇଯିବ ବୋଲି ସେ କହିଛନ୍ତି। 
Bite_3 : ଡାକ୍ତର ରାଜେଶ କୁମାର କୁଅଁର_ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀConclusion:FVO : ଜଳାନ୍ତକ ରୋଗ ପ୍ରତିରୋଧକ କରିବା ପାଇଁ ସମଗ୍ର ବିଶ୍ଵରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହେଉଥିବା ବିଶ୍ୱ ଜଳାନ୍ତକ ଦିବସର ପ୍ରକୃତ ପ୍ରାସଙ୍ଗିକତା କୁ ନେଇ ଏବେ ପ୍ରଶ୍ନ ଉଠିଛି ? 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.