ଭଦ୍ରକ: ଭାଇରାଲ ହେବାରେ ଲାଗିଛି ଚାନ୍ଦବାଲି ବିଧାୟକଙ୍କ ଅଡିଓ କଲ । ଏହି ଅଡିଓ କଲରେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ ଏଏସଆଇଙ୍କୁ ଧମକ ଦେଇଥିବା ଶୁଣିବାକୁ ମିଳୁଛି । ଏନେଇ ସମ୍ପୃକ୍ତ ବିଧାୟକ କିମ୍ବା ଏଏସଆଇଙ୍କ ପ୍ରତିକ୍ରିୟା ମିଳି ପାରିନଥିବାବେଳେ ଅଡିଓଟି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
ସୂଚନା ଅନୁଯାୟୀ, ବାଂଶଡା ଥାନାରେ କାର୍ଯ୍ୟରତ ଏଏସଆଇ ଗୁରୁଚରଣ ବେହେରାଙ୍କୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ କହିଛନ୍ତି । ହେଲେ ଏଏସଆଇ ଜଣକ ଏହା ନ କରିବାରୁ ବିଧାୟକ ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଫୋନରେ ଧମକ ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ