ETV Bharat / state

ଦାବି ଶୁଣିଲେ ସରକାର, ତୃତୀୟ ଲିଙ୍ଗଙ୍କୁ ପ୍ରଥମଥର ମିଳିଲା ଭତ୍ତା - ତୃତୀୟ ଲିଙ୍ଗ

ଭଦ୍ରକ ଜିଲ୍ଲାର ଅର୍ଦ୍ଧନାରୀଶ୍ବର କିନ୍ନର ମହାସଂଘ ପକ୍ଷରୁ ବହୁଦିନ ଧରି ହୋଇ ଆସୁଥିବା ଦାବି ଏବେ ପୂରଣ ହୋଇଛି । ତୃତୀୟ ଲିଙ୍ଗଙ୍କୁ ପ୍ରଥମଥର ଲାଗି ମିଳିଲା ଭତ୍ତା । ଅଧିକ ପଢନ୍ତୁ...

ତୃତୀୟ ଲିଙ୍ଗଙ୍କୁ ପ୍ରଥମଥର ଲାଗି ମିଳିଲା ଭତ୍ତା

author img

By

Published : Dec 16, 2020, 7:59 AM IST

ଭଦ୍ରକ: ତୃତୀୟ ଲିଙ୍ଗଙ୍କୁ ପ୍ରଥମଥର ଲାଗି ମିଳିଲା ଭତ୍ତା । ଭଦ୍ରକ ଜିଲ୍ଲାର ଅର୍ଦ୍ଧନାରୀଶ୍ବର କିନ୍ନର ମହାସଂଘ ପକ୍ଷରୁ ବହୁଦିନ ଧରି ହୋଇ ଆସୁଥିବା ଦାବି ଏବେ ପୂରଣ ହୋଇଛି । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଭତ୍ତା ବଣ୍ଟନ କରିଥିଲେ । ଏହି ପ୍ରକ୍ରିୟାରେ ମାଧବୀ ପତି, ସୀମା ଟାଙ୍ଗୁର, ସୁନିତା ମହାନ୍ତ କିନ୍ନର ପ୍ରମୁଖଙ୍କୁ ମଧୁବାବୁ ପେନସନ ଯୋଜନାରେ ୨୦୨୦ ନଭେମ୍ବର ଓ ଡିସେମ୍ବର ୨ ମାସର ଭତ୍ତା ବାବଦକୁ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

ତୃତୀୟ ଲିଙ୍ଗଙ୍କୁ ପ୍ରଥମଥର ଲାଗି ମିଳିଲା ଭତ୍ତା

ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ସହିତ ଅନ୍ୟ ଅଧିକାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପସ୍ଥିତ ଥିଲେ । ତେବେ ଏହି ଖୁସିରେ ନବଜୀବନ କିନ୍ନର ସଂଘ ପକ୍ଷରୁ ଚରମ୍ପା ଷ୍ଟେସନ ଠାରେ କିଛି ଦୁଃଖୀ ଦରିଦ୍ରଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.