ETV Bharat / state

TRD ଅଫିସରୁ ଲୁଟ, କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରି ଲୁଟି ନେଲେ 7 ଲକ୍ଷର ବୈଦୁତିକ ଉପକରଣ

author img

By

Published : Feb 25, 2023, 10:55 AM IST

ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ TRD ଅଫିସ ଲୁଟି ନେଲେ ଲୁଟେରା । 16 ଟନ ଓଜନର ମୂଲ୍ୟବାନ ବୈଦୁତିକ ରେଳ ସାମଗ୍ରୀ ଲୁଟ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ TRD ଅଫିସ ଲୁଟି ନେଲେ ଲୁଟେରା

ଚରମ୍ପା ରେଳ ଷ୍ଟେସନ TRD ଅଫିସ ଲୁଟି ନେଲେ ଲୁଟେରା

ଭଦ୍ରକ: ରେଳ କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଲୁଟି ନେଲେ 16 ଟନ ଓଜନର ମୂଲ୍ୟବାନ ବୈଦୁତିକ ରେଳ ଉପକରଣ । ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟ 119 ନମ୍ବର ଗେଟ ନିକଟ TRD ଅଫିସରେ ଘଟିଛି ଏହିପରି ଲୁଟ ଘଟଣା । ଦୁର୍ବୃତ୍ତ ମାନେ ରେଳ କର୍ମଚାରୀଙ୍କୁ ପ୍ରଥମେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ଏକ ଟ୍ରକ ସାହାଯ୍ୟରେ ବିପୁଳ ମୂଲ୍ୟବାନ ରେଳବାଇ ବିଦ୍ୟୁତ୍‌ ଉପକରଣ ଲୁଟି ନେଇଥିଲେ । ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହିପରି ଲୁଟ ହୋଇଛି । ଏହି ବିଭାଗରେ ରେଳବାଇର ଜମ୍ପର ୱୟାର, କ୍ରସ ଫିଦର ୱୟାର, ସ୍ମଲ ଜମ୍ପର, ଲାର୍ଜ ସ୍ପାନ ୱୟାର, ବ୍ରିଡଲ ୱୟାର, କେଟେନାରୀ ୱୟାର, କନଟାକ ୱୟାର ଆଦି ପରି ବହୁ ମୂଲ୍ୟବାନ ବିଦ୍ୟୁତ୍‌ ଉପକରଣ ସବୁ ଲୁଟ ହୋଇଛି ।

6 ରୁ 7 ଜଣ ଅଜଣା ଯୁବକ ମୁହଁରେ କପଡା ବାନ୍ଧିଥିବା ବ୍ୟକ୍ତି ପ୍ରଥମେ କର୍ମଚାରୀ ଏମଡି କୁରବାନଙ୍କୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାରିବା ସହ ତାଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ଼୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ ଗୋଡ ମଧ୍ୟ ବାନ୍ଧି ପକାଇଥିଲେ । ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଚୋରୀ କରି ନେଇ ଯାଇଥିଲେ । ତେବେ ରେଳବାଇ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଫିସ ଖୋଲା ଥିବା ଦେଖି ତା ମଧ୍ୟକୁ ପ୍ରବେଶ କରି ଉକ୍ତ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଖବର ପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚଛନ୍ତି ।

ଉକ୍ତ ବିଭାଗର ଅଧିକାରୀ ଲକ୍ଷ୍ମୀ ନାରାୟଣ ସିଂଙ୍କ ଏତଲା ପରେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସନ୍ଦାନୀ କୁକୁରକୁ ମଧ୍ୟ ଆଣି ଅଧିକ ଖାନ ତଲାସ କରୁଛି । ତେବେ ସଂପୃକ୍ତ ଦୁର୍ବୃତ୍ତ ମାନେ 16 ଟନ ଓଜନର ରେଳବାଇ ଉପକରଣ ଲୁଟ କରିଥିବା ସୂଚନା ମିଳିଛି । ଏହି ସ୍ଥାନରେ ସିସିଟିଭି ଲାଗିନଥିବା ବେଳେ ଦାୟିତ୍ୱରେ ଥିବା ସିକ୍ୟୁରୀଟି ଗାର୍ଡ ମଧ୍ୟ ଛୁଟି ରେ ଥିବା ସୂଚନା ମିଳିଛି । ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ଲୁଟ ସାମଗ୍ରୀର ମୂଲ୍ୟ 7 ଲକ୍ଷରୁ ଅଧିକ ହୋଇଥିବା ଖବର ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.