ଭଦ୍ରକ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକର ନବନିଯୁକ୍ତ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଭଦ୍ରକ ଏସପିଙ୍କ ଗାଡିକୁ ଗୋଟିଏ ଟ୍ରକ ପିଟିଥିଲା।
ଟ୍ରକ ଡ୍ରାଇଭର ଏସପିଙ୍କ ଗାଡିକୁ ପିଟି ଖସିଯାଉଥିବାବେଳେ ଭଣ୍ଡାରିପୋଖରୀ ଥାନା ପୋଲିସ ହାତରେ ଧରାପଡିଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଏସପି ଚରଣ ସିଂ ମିନା ଏବଂ ସେ ସୁସ୍ଥ ଥିବା ଜଣାପଡ଼ିଛି । ଏସପିଙ୍କ ଗାଡି ସାମାନ୍ୟ ଭାଙ୍ଗି ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଭଣ୍ଡାରିପୋଖରୀ ପୋଲିସ ଧକ୍କା ଦେଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ