ETV Bharat / state

ଭଦ୍ରକ ବାତ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

author img

By

Published : May 23, 2021, 6:36 PM IST

ବାତ୍ୟା ସମୀକ୍ଷା ପାଇଁ ଭଦ୍ରକରେ ପହଞ୍ଚିଲେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଅଧିକ ପଢନ୍ତୁ...

ଭଦ୍ରକ ବାତ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି
ଭଦ୍ରକ ବାତ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

ଭଦ୍ରକ: ଆସୁଛି ବାତ୍ୟା, ସେଥିପାଇଁ ପ୍ରସ୍ତୁତି ଜୋରଦାର । ସମୀକ୍ଷା କରିବା ପାଇଁ ଭଦ୍ରକରେ ପହଞ୍ଚିଲେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭଦ୍ରକ ଜିଲ୍ଲା ବୁଲବୁଲ ଓ ଫନି ଭଳି ବାତ୍ୟାରେ ଦୁଇ ଦୁଇ ଥର ପ୍ରଭାବିତ ହୋଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଥର ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭଦ୍ରକ ବାତ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ସମେତ ଜିଲ୍ଲାର ସମସ୍ତ ବ୍ଲକ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି । ସମୁଦ୍ର ତଟବର୍ତ୍ତୀ ମାଛଧରା ଜେଟିରୁ ସମସ୍ତ ଟ୍ରଲର ଓ ଭୁଟୁଭୁଟିକୁ ବନ୍ଦ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ସମୁଦ୍ର ତଟବର୍ତ୍ତୀ 3 କିଲୋମିଟର ପରିଧିରେ ଥିବା ସମସ୍ତ ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଶୌଚାଳୟ, ପାଣି, ବିଦ୍ୟୁତ ଓ ଖାଦ୍ୟର ବ୍ଯବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ବ୍ୟତୀତ ଜିଲ୍ଲାର ଦୁଇଟି ବ୍ଲକର 22 ପଞ୍ଚାୟତରୁ 56000 ଲୋକଙ୍କୁ ବିଭିନ୍ନ ସ୍ଥାନରେ ଥିବା 600ଟି ସ୍କୁଲ ଓ 106ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 84ଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବାତ୍ୟା ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତରିତ ବ୍ଯବସ୍ଥା କରାଯିବ ବୋଲି ସୂଚନା ମିଳିଛି । କରୋନା ସତର୍କତା ଅବଲମ୍ବନ କରି ବାତ୍ୟାର ଆଶ୍ରୟସ୍ଥଳୀକୁ କିପରି ବିପନ୍ନ ମାନଙ୍କୁ ସ୍ଥାନାନ୍ତରିତ କରାଯିବ ସେନେଇ ବିଶେଷ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.