ETV Bharat / state

Panchayat Vote counting: ଭଦ୍ରକର ୯ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ

author img

By

Published : Feb 28, 2022, 9:50 PM IST

ବିଜେଡି ଦଳ ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ ଆସନରେ ଜିତି ବିରଳ କୀର୍ତ୍ତିମାନ ସ୍ଥାପନ କରିବା ବାଟରେ ଅଗ୍ରସର ହେଉଛି । ଅଧିକ ପଢନ୍ତୁ

ଭଦ୍ରକ ଜିଲ୍ଲାର  ୯ ଟି ଜୋନରେ  ବିଜେଡ଼ି ପ୍ରାର୍ଥୀର ବିଜୟୀ

ଭଦ୍ରକ: ଜିଲ୍ଲାର ୭ଟି ବ୍ଲକରେ ଥିବା ୯ଟି ଜିଲ୍ଲା ପରିଷଦ ଜୋନର ସମସ୍ତ ଆସନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଞ୍ଜନ ସାହୁ ୩୦୯୯ ଭୋଟରେ ବିଜୟୀ ହୋଇଛନ୍ତି । ୩ ନମ୍ବର ଜୋନରେ ଗୀତାଞ୍ଜଳି ଦାସ ୩୦୭୩ ଭୋଟରେ ବିଜୟୀ ହୋଇଛନ୍ତି । ତିହିଡି଼ ବ୍ଲକର ୭ ନମ୍ବର ଜୋନରେ ବିଦ୍ୟୁତଲତା ନାୟକ ୩୩୪୪ ଭୋଟରେ ବିଜୟୀ ହୋଇଛନ୍ତି ।

ଧାମନଗର ବ୍ଲକର ୧୧ ନମ୍ବର ଜୋନରେ ଉର୍ମିଳା ବିଶ୍ୱାଳ ୩୫୭୪ ଭୋଟରେ ବିଜୟୀ ହୋଇଛନ୍ତି । ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ପ୍ରଫୁଲ୍ଲ ଜେନା ୮୩୦୯ ଭୋଟରେ ବିଜୟୀ ହୋଇଛନ୍ତି । ବାସୁଦେବପୁର ବ୍ଲକର ୧୮ ନମ୍ବର ଜୋନରେ ଜୟକୃଷ୍ଣ ନାୟକ ୨୫୬୫ ଭୋଟରେ ବିଜୟୀ ହୋଇଛନ୍ତି ।

୧୯ ନମ୍ବର ଜୋନରେ ଯଦୁନାଥ ନାୟକ ୨୪୬୩ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନରେ ଲକ୍ଷ୍ମୀଧର ସାହୁ ୪୧୪୦ ଭୋଟରେ ବିଜୟୀ ହୋଇଛନ୍ତି । ଭଦ୍ରକ ବ୍ଲକର ୨୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଗୀତାରାଣୀ ମଲ୍ଲିକ ୧୧,୪୧୫ ଭୋଟରେ ବିଜୟ ଲାଭ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜ୍ୟରେ ବିଜୟର ସୁନାମି ଆଣି ଦେଇଛନ୍ତି କହିଲେ ଭୁଲ ହେବନି । ସେପରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.