ETV Bharat / state

ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ

ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ । ଏଭଳି ଅଘଟଣ ଘଟିଛି ଭଦ୍ରକ ବାସୁଦେବପୁର ଥାନା ବଛଦା ଭୋଇସାହି ଗାଁରେ ।

ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ
ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ
author img

By

Published : Jun 26, 2020, 7:37 AM IST

ଭଦ୍ରକ: ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ । ଏଭଳି ଅଘଟଣ ଘଟିଛି ଭଦ୍ରକ ବାସୁଦେବପୁର ଥାନା ବଛଦା ଭୋଇସାହି ଗାଁରେ । ମୃତ ମହିଳା ହେଲେ ବାସୁଦେବପୁର ଥାନା ବାରାପୁର ଗାଁର ରଶ୍ମିତା ନାୟକ । ଗତବର୍ଷ ତଳେ ବଛଦା ଭୋଇସାହି ଗାଁର ନିଳାମ୍ବର ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ପ୍ରେମ ବିବାହ କରିଥିଲେ ।

ସ୍ତ୍ରୀକୁ ମାରି ଥାନାରେ ଆତ୍ମ ସମର୍ପଣ କଲା ସ୍ବାମୀ

ସୌରଭ ଦିଲ୍ଲୀର ଏକ ହୋଟେଲ ରହି କାମ କରୁଥିଲା । ବିବାହ ପରେ ସୌରଭ ଦିଲ୍ଲୀକୁ ପଳାଇ ଯାଇଥିଲା । ଏହାପରେ ପରିବାର ପକ୍ଷରୁ ରଶ୍ମିତାକୁ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଥିବା ରଶ୍ମିତା ବାପଘରକୁ ଜଣାଇବା ପରେ ତାଙ୍କୁ ଘରକୁ ନେଇଆସିଥିଲେ । ହେଲେ ସୌରଭ 2ଦିନ ତଳେ ନିଜ ଘରକୁ ଫେରିଥିଲେ । ଫେରିବା ପରେ ସୌରଭ ରଶ୍ମିତାକୁ ବାପଘରୁ ଆଣିଥିଲେ ।

ହେଲେ ସ୍ବାମୀ ହଠାତ ବାସୁଦେବପୁର ଥାନାରେ ସ୍ତ୍ରୀକୁ ମାରିଦେଇଥିବା କହି ଆତ୍ମସମର୍ପଣ କରିଥିଲେ । ପରେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟରେ ଝିଅକୁ ହତ୍ୟା କରାଯାଇଥିବା ବାସୁଦେବପୁର ଥାନାରେ ଝିଅର ପରିବାର ଲୋକ ଅଭିଯୋଗ କରିଛନ୍ତି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଊଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.