ETV Bharat / state

ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେଉଥିବା ଭିଡିଓ ଭାଇରଲ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଶିକ୍ଷକ ଗୋଷ୍ଠୀ - ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେଉଥିବା ଭିଡିଓ ଭାଇରଲ

ଭାଇରାଲ ହେଉଛି ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ବରିଷ୍ଠ କିରାଣୀ ନିରାକାର ବାରିକଙ୍କ ଲାଞ୍ଚ ନେଉଥିବା ଭିଡିଓ । କାର୍ଯ୍ୟାନୁଷ୍ଠାନ ଦାବି କରିଲେ ଶିକ୍ଷକ । ଅଧିକ ପଢନ୍ତୁ

bribe video viral
bribe video viral
author img

By

Published : Feb 9, 2023, 4:06 PM IST

ସରକାରୀ କର୍ମଚାରୀ ଲାଞ୍ଚ ନେଉଛନ୍ତି

ଭଦ୍ରକ: ଭାଇରାଲ ହେବାରେ ଲାଗିଛି ସରକାରୀ କର୍ମଚାରୀ ଲାଞ୍ଚ ନେଉଥିବା ଭିଡିଓ । ଏଭଳି ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କଲେ ଶିକ୍ଷକ ଗୋଷ୍ଠୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ବରିଷ୍ଠ କିରାଣୀ ନିରାକାର ବାରିକ କୌଣସି ଏକ କାର୍ଯ୍ୟ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଶିକ୍ଷକମାନଙ୍କ ଇନ୍‌କ୍ରିମେଣ୍ଟ ବିଲ୍‌ ପାସ୍‌ କରିବା ପାଇଁ CRCCଙ୍କ ନିକଟରୁ ଏହି କିରାଣୀ ବାବୁ ଲାଞ୍ଚ ନେଉଥିଲେ। ଯାହାକୁ ନେଇ ଏହି ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାମନଗର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ: ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି, ମାମଲାର ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

ତେବେ କିରାଣୀ ଜଣକ ଧାମନଗର ଶିକ୍ଷା ବିଭାଗ ଅଫିସ ଅଧିନରେ 2001 ପରଠୁ ନୁଆ ପେନ୍‌ସନ୍‌ ସ୍କିମ୍‌ରେ ଅନ୍ତର୍ଭୁକ୍ତ 300ରୁ ଊର୍ଦ୍ଧ୍ବ କାର୍ଯ୍ୟରତ ଶିକ୍ଷକଙ୍କ ଇନକ୍ରିମେଣ୍ଟ ବିଲ୍‌ ପାସ କରାଇଦେବା ପାଇଁ ବିଇଓ ଅଫିସର ଦୁର୍ନୀତିଖୋର ବଡବାବୁ ନିରାକର ବାରିକ ପ୍ରତି ଶିକ୍ଷକ ମୁଣ୍ଡ ପିଛା 100 ଟଙ୍କା ଲେଖାଏଁ ଜୋର ଜବରଦସ୍ତ ଭାବରେ ଆଦାୟ କରୁଛନ୍ତି । ଯେଉଁ ଶିକ୍ଷକ ଏହାକୁ ପ୍ରତିବାଦ କରି ଲାଞ୍ଚ ବାବଦକୁ 100 ଟଙ୍କା ନଦେବେ ସେମାନଙ୍କର ବିଲ୍‌ ପାସ ହେବ ନାହିଁ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଶିକ୍ଷକମାନେ ଲିଖିତ ଭାବରେ ବିଇଓ, ଏବିଓଙ୍କୁ ଜଣାଇବା ପରେ ବି ନିରାକର ବାରିକଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ ହୋଇଥିଲା ।

ତେଣୁ ବାଧ୍ୟ ହୋଇ ବୁଧବାର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଧାମନଗର ବ୍ଲକର ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହାର ପ୍ରତିବାଦରେ ବିଇଓ ଅଫିସ ଆଗରେ ପ୍ରତିବାଦ କରିଵା ସହିତ ଧାରଣାରେ ବସିଥିଲେ । ସମ୍ପୃକ୍ତ ବଡ଼ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଲା ପର୍ଯ୍ୟନ୍ତ ଶିକ୍ଷକମାନେ ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଲାଞ୍ଚ ନେଉଥିବା ବରିଷ୍ଠ କିରାଣୀ କି କୌଣସି ବିଭାଗୀୟ ଅଧିକାରୀ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.