ଭଦ୍ରକ: ତାଇକୋଣ୍ଡ ଆସୋସିଏସନ୍ ଅଫ ଓଡ଼ିଶା ତରଫରୁ ଏକ ବ୍ଲାକ ବେଲ୍ଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଭଦ୍ରକ ବାଇପାସ ସ୍ଥିତ ତାଓ ହେଡ଼ କ୍ବାର୍ଟରର ତାଓ ପରିସରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହାକୁ ତାଓର ରାଜ୍ୟ ସମ୍ପାଦକ ମାଷ୍ଟର ରବିନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ ।
ଅନଲାଇନରେ ତାଇକୋଣ୍ଡ ଫେଡେରେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା ଏବଂ ସେକ୍ରେଟେରୀ ଜେନେରାଲ ଭାରତର ତାଇକୋଣ୍ଡ ଜନକ ଜମିଆର ଜାଗତିଆନୀ ପରୀକ୍ଷଣ କରିଥିଲେ । ଏହି ପରୀକ୍ଷାରେ ଏସ୍ଏମ୍ ଲୁସି ଲେସନୀ ଢ଼େଙ୍କାନାଳ, ମାନସ୍ କାଣ୍ଡି କେନ୍ଦୁଝର, ଦୀପିକା ବିଶ୍ବାସ ବାଲେଶ୍ବର, ଦିବ୍ୟାଶା ନାୟକ, ସତ୍ୟନାରାୟଣ ପାଢ଼ୀ ଏବଂ ବିଜୟ କୁମାର ସେଠୀ ଭଦ୍ରକ ତରଫରୁ ପରୀକ୍ଷା ଦେଇଥିଲେ ।
ଏହି ପରୀକ୍ଷାର୍ଥୀ ମାନଙ୍କୁ ତାଓର ସଭାପତି ଧୀରେନ୍ ପଲେଇ ଓ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଜେନା ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ