ETV Bharat / state

ବାତ୍ଯା ‘ଫନି’ର ଦେଢ ବର୍ଷ ପରେ ବି ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳିନି ଇନପୁଟ ସବସିଟି

author img

By

Published : Sep 16, 2020, 7:36 AM IST

Updated : Sep 16, 2020, 1:15 PM IST

ବାତ୍ୟା ଫନି ଦ୍ବାରା ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିଥିଲେ ଭଦ୍ରକ ସୂର୍ଯ୍ୟମୁଖୀ ଚାଷୀ । ଏଥିପାଇଁ ସେମାନଙ୍କୁ ସହାୟତା ଦେବାକୁ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ବାତ୍ୟାକୁ ଦେଢ ବର୍ଷ ପାଖାପାଖି ପୁରି ଥିବାବେଳେ ସରକାରଙ୍କ ପକ୍ଷକୁ କୌଣସି ସହାୟତା ମିଳିପାରୁ

ବାତ୍ୟା ଫନିର 2 ବର୍ଷ ପରେ ସୁର୍ଯ୍ୟମୁଖୀ ଚାଷୀଙ୍କୁ ମିଳିନି ଇନପୁଟ ସବସିଟି

ଭଦ୍ରକ: ପ୍ରଳୟଙ୍କରୀ ମହାବାତ୍ୟା ‘ଫନି’କୁ ବିତିଗଲାଣି ଦେଢବର୍ଷ । ଏହି ବାତ୍ୟାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଘଟାଇଥିଲା ବ୍ୟାପକ କ୍ଷୟକ୍ଷତି । ଆଉ ଏଥିରେ ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ବୋଡକ ପଞ୍ଚାୟତରେ ବହୁ ସୂର୍ଯ୍ୟମୁଖି ଚାଷୀ ମଧ୍ୟ ବ୍ୟାପକ ଫସଲ ହାନି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଇନପୁଟ ସବସିଡ ମିଳିପାରି ନାହିଁ । ଫଳରେ ବାରମ୍ବାର ପ୍ରଶାସନର ଦ୍ବାରସ୍ତ ହେଉଛନ୍ତି କିନ୍ତୁ ଆଶ୍ବସନା ବ୍ୟତୀତ କ୍ଷୟକ୍ଷତି ଦେଉନଥିବା ଅଭିଯୋଗ ହୋଇଛି ।

ବାତ୍ଯା ‘ଫନି’ର ଦେଢ ବର୍ଷ ପରେ ବି ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳିନି ଇନପୁଟ ସବସିଟି

ପ୍ରଶାସନ ପକ୍ଷରୁ ସୂର୍ଯ୍ୟମୁଖି ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା। ହେଲେ କ୍ଷତିପୂରଣ ଦେବା ବଦଳରେ ଆସିଥିବା ଟଙ୍କା ମଧ୍ୟ ଫେରେଇ ଦିଆଯାଇଥିଲା। ଯାହାକୁ ନେଇ ଏହି ସୂର୍ଯ୍ୟମୁଖି ଚାଷୀ ପୂନଶ୍ଚ ସହାୟତା ପାଇଁ ତହସିଲଦାରଙ୍କ ଠାରେ ଦାବି କରିଥିଲେ। ତେବେ ପ୍ରଶାସନ କର୍ତ୍ତୃପକ୍ଷଙ୍କ ଦୃରଦୃଷ୍ଟି ଅଭାବରୁ ଏହି ଚାଷୀମାନେ ଇନପୁଟ ସବସିଡ ପାଇବାରୁ ବାଦ୍‌ ପଡିଥିବା ସୂଚନା ମିଳିଛି।

ଏହା ପରେ ସେମାନେ ଚଳିତ ବର୍ଷ ଗତ ଜୁନ 15 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଚାଷୀ। ସେଠାରେ ନିର୍ଦ୍ଦେଶ ଆସିବା ପରେ ଚାଷୀମାନେ ତହସିଲଦାରଙ୍କୁ ଭେଟି ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଖୁବଶୀଘ୍ର ଚାଷୀଙ୍କ ସହାୟତା ରାଶି ମିଳିବାର ପଥ ପରିଷ୍କାର ହୋଇଯିବ ବୋଲି ତହସିଲଦାର ଚାଷିମାନଙ୍କୁ ସୂଚନା ଦେଇଥିବା ଜଣାପଡିଛି। ହେଲେ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Last Updated : Sep 16, 2020, 1:15 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.