ETV Bharat / state

ଝଞ୍ଜା ପରେ ଝାଞ୍ଜି: ଖରାରେ ଆଉଟୁପାଉଟୁ ହେଉଛନ୍ତି ଭଦ୍ରକବାସୀ - bhadrak

ନା ଅଛି ଜଳଛତ୍ର ନା ଗଛ ଛାଇ । ଅସହ୍ୟ ଖରାରେ ହନ୍ତସନ୍ତ ହେଉଛନ୍ତି ଭଦ୍ରକବାସୀ । ଖରା ସାଙ୍ଗକୁ ବିଜୁଳିକାଟ ଲୋକଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି । ତେବେ ଏଥିନେଇ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଲୋକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ । ଏଥିଲାଗି ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ
author img

By

Published : May 16, 2019, 11:53 AM IST

ଭଦ୍ରକ: ଦିନକୁ ଦିନ ଭଦ୍ରକରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦିନ 10ଟା ପରଠାରୁ ଅସହ୍ୟ ତାତି ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଲୋକେ ନିଜ ଆବଶ୍ୟକତା ପାଇଁ ବାହାରକୁ ବାହାରୁଛନ୍ତି । ତାତି ଏପରି ଯେ ଦିନ ଗୋଟାଏ ବେଳକୁ ରାସ୍ତାଘାଟ ସବୁ ଖାଁ ଖାଁ ହୋଇପଡୁଛି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନାହିଁ ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସକାଳ 10ଟା ବେଳକୁ ପାରଦ 35 ଡିଗ୍ରୀ ହେବା ସହ ଅପରାହ୍ନ ଗୋଟାଏ ବେଳକୁ ତାପମାତ୍ରା 40 ଡିଗ୍ରୀ ଟପୁଛି । ତେଣୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଘନ ଘନ ବିଜୁଳି କାଟ୍ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି । ଅନ୍ୟପକ୍ଷରେ ନା କେଉଁଠି ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଛି ନା କେଉଁଠି ଜଳଛତ୍ରର ବ୍ୟବସ୍ଥା ଅଛି । ଲୋକେ ନିଜ ନିଜର ଆବଶ୍ୟକତାକୁ ଲକ୍ଷ୍ୟ କରି ବାହାରକୁ ଆସୁଛନ୍ତି । ବିଶେଷ କରି ଲୋକେ ଛାଇ ପାଇଁ ବ୍ରିଜ ତଳେ କିମ୍ବା ରାସ୍ତା କଡରେ ଥିବା ଦୋକାନମାନଙ୍କରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଏଥିସହ ରାସ୍ତା କଡରେ ଥିବା ଲେମ୍ବୁ ସରବତ, ଆଖୁରସ, ଲସି ଦୋକାନରେ ଲୋକଙ୍କ ଭିଡ ଜମୁଛି । ଅଂଶୁଘାତ ଜନିତ ଚିକିତ୍ସା, ପାନୀୟଜଳ ପାଇଁ କୌଣସି ସୁବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହେଉଛି । ତେଣୁ ଭଦ୍ରକ ବାସିନ୍ଦାଙ୍କ ସମେତ ଏଠାକୁ ଆସିଥିବା ଲୋକେ ମଧ୍ୟ ଖରାରେ ସିଝୁଛନ୍ତି । ଦିନ ଗୋଟାଏ ବେଳକୁ ରାସ୍ତା ଘାଟ ଖାଁ ଖାଁ ଲାଗୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.