ETV Bharat / state

ଶିକ୍ଷକଙ୍କ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By

Published : Dec 7, 2019, 7:26 PM IST

ସାର୍‌ଙ୍କ ବଦଳିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଛାତ୍ରଛାତ୍ରୀଙ୍କ ଧାରଣା । ସ୍କୁଲ ଗେଟ ତାଲା ପକାଇବା ସହ ନାରାବାଜି କରିଥିଲେ ।

school student protest
ଶିକ୍ଷକଙ୍କ ବଦଳିକୁ ବିରୋଧ; ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭଦ୍ରକ: ସାର୍‌ଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଆମ ସାରଙ୍କୁ ଫେରାଇ ଆଣିଦିଅ । ଏହି ନାରାରେ କମ୍ପିଲା ଭଦ୍ରକ ଜିଲ୍ଲା ସ୍କୁଲ ପରିସର । ଚଳିତ ଡିସେମ୍ବର 5 ତାରିଖରେ 3 ଜଣ ଶିକ୍ଷକଙ୍କ ବଦଳି ଅନ୍ୟତ୍ର ହୋଇଛି । ଯାହାକୁ ପ୍ରତିବାଦ ଜଣାଇ ବିଦ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହ ଗେଟରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ ।

ଶିକ୍ଷକଙ୍କ ବଦଳିକୁ ବିରୋଧ; ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ବଦଳକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏହାସହ ଆମ ସାର ଆମକୁ ଦରକାର, ସାର ଆସିଲେ ଆମେ ପାଠ ପଢିବୁ । ନହେଲେ ପଢିବୁ ନାହିଁ ବୋଲି ଛାତ୍ରଛାତ୍ରୀ ସ୍କୁଲ ପରିସରରେ ନାରା ଦେଇଥିଲେ । ଘଟଣା ବିଷୟରେ ଖବର ପାଇ ପ୍ରଧାନ ଶିକ୍ଷକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ । ସେପଟେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SCHOOL STUDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 07.12.2019

ANCHOR : ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳି ବିରୁଦ୍ଧରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସ୍କୁଲରେ ଚଳିତ ଡିସେମ୍ବର 5 ତାରିଖରେ ତିନିଜଣ ଶିକ୍ଷକଙ୍କ ଵଦଳି ଅନ୍ୟତ୍ର ହୋଇଥିଲା। ଯାହାର ପ୍ରତିଵାଦ କରି ଛାତ୍ରଛାତ୍ରୀଙ୍କ ଵିଦ୍ୟାଳୟ ସମ୍ମୁଖରେ ହୋ ହାଲା କରିବା ସହ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ଯେ ଶିକ୍ଷକଙ୍କ ଵଦଳକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ଆମକୁ ଆମ ସାର ଦରକାର, ସାର ଆସିଲେ ଆମେ ପାଠ ପଢିବୁ ନହେଲେ ପଢିବୁ ନାହିଁ। Body:ଖବର ପାଇ ଘଟଣାସ୍ଥଳରେ ପ୍ରଧାନ ଶିକ୍ଷକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ। ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.