ETV Bharat / state

Strike In Bhadrak: ସମବାୟ ସମିତି କର୍ମଚାରୀଙ୍କ ଧାରଣା - ଭଦ୍ରକ ଧାରଣା ଖବର

ଭଦ୍ରକ ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବାୟ ସମିତି କର୍ମଚାରୀଙ୍କ ଧାରଣା ।

Strike In Bhadrak: ସମବାୟ ସମିତି କର୍ମଚାରୀଙ୍କ ଧାରଣା

author img

By

Published : Dec 9, 2021, 1:05 PM IST

ଭଦ୍ରକ: ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବାୟ ସମିତି କର୍ମଚାରୀଙ୍କ ଧାରଣା । ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ଏହି ଧାରଣା ଦିଆଯାଇଥିବା ଜଣାପଡିଛି ।

Strike In Bhadrak: ସମବାୟ ସମିତି କର୍ମଚାରୀଙ୍କ ଧାରଣା

ସୂଚନା ଅନୁଯାଇ ଚଳିତ ବର୍ଷ ଚାଷୀଙ୍କ ପଞ୍ଜିକରଣରେ ବୈଷୟିକ ତ୍ରୁଟି ଓ କୋଭିଡ ଯୋଗୁଁ କିଛି ଚାଷୀଙ୍କର ବିଳମ୍ବିତ ପଞ୍ଚିକରଣ ଆବେଦନ ଯୋଗୁଁ ଭଦ୍ରକ ଜିଲ୍ଲା ସମବାୟ ସର୍କଲ ଅଧୀନରେ ରହିଥିବା 108 ଟି ପ୍ୟାକ୍ସରେ ପ୍ରାୟ 700ରୁ ଊର୍ଦ୍ଧ୍ବ ଚାଷୀ, ପଞ୍ଜିକରଣରୁ ବାଦ ପଡ଼ିଥିଲେ । ଏନେଇ ସମିତି ସମ୍ପାଦକମାନେ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ସମସ୍ୟାକୁ ନେଇ ସମାଧାନ କରିବାକୁ ସୁପାରିଶ କରିଥିଲେ ।

ତେବେ ବିଭାଗୀୟ ଅଧିକାରୀ ବାଦ ପଡ଼ିଥିବା ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଆକ୍ରୋଶମୂଳକ ମନବୃତ୍ତି ନେଇ ସୁପାରିଶ କରିଥିବା କିଛି ସମ୍ପାଦକ ଓ DEO ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସୁରୂପ ସେମାନଙ୍କୁ ଚାକିରିରୁ ବହିଷ୍କାର ଓ ନିଲମ୍ବନ କରିଥିବା ଜଣାପଡିଛି । ଯାହାକି ବିଭାଗୀୟ ଅଧିକାରୀ, ସମିତି କର୍ମଚାରୀଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ କରିଛନ୍ତି । ତେଣୁ ନିବନ୍ଧକ କାର୍ଯ୍ୟାଳୟର ଅଧିକାରୀଙ୍କ କର୍ମଚାରୀଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ତୁରନ୍ତ କର୍ମଚାରୀମାନଙ୍କ ଉପରୁ ସମସ୍ତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ନେଇ କର୍ମଚାରୀମାନେ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.