ETV Bharat / state

Dhamnagar bypoll: ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା ଭାଇରାଲ, ଜାଣନ୍ତୁ କିଏ କରିବେ ପ୍ରଚାର

author img

By

Published : Oct 17, 2022, 4:50 PM IST

Updated : Oct 17, 2022, 4:56 PM IST

ବିଜେଡ଼ିରୁ ଦଳୀୟ ଟିକେଟ ନ ମିଳିବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ରାଜୁ ଦାସ । ସେ ନିର୍ବାଚନୀ ପ୍ରଚାର ଲାଗି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବାବେଳେ, ଏହି ତାଲିକା ଖୁବ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ ଏହି ତାଲିକାରେ ରହିଛି କାହାର ନାମ ?

Dhamnagar Bypoll: ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା ଭାଇରାଲ

ଭଦ୍ରକ: ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ (Dhamnagar Bypoll) । ମତଦାନ ତାରିଖ ପାଖଉଥିବାବେଳେ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ମୈଦାନରେ ଥିବା ୫ ପ୍ରାର୍ଥୀ । ଏହି ଉପନିର୍ବାଚନରେ ପ୍ରତିଟି ଦଳ ବାଜିମାତ୍‌ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି । ସେପଟେ ବିଜେଡ଼ିରୁ ଦଳୀୟ ଟିକେଟ ନ ମିଳିବା ପରେ ପୂର୍ବତନ ବିଧାୟକ ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ (Independent Candidate Raju Das ) ଭାବେ ଲଢୁଛନ୍ତି । ଏହାରି ମଧ୍ୟରେ ଆଜି ସେ ଷ୍ଟାର ପ୍ରଚାରକ ତାଲିକା (Star Campaign list ) ଘୋଷଣା କରିଛନ୍ତି । ଏହି ତାଲିକା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା
ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା

ଏହି ତାଲିକାରେ ସେ କୌଣସି ନେତାମନ୍ତ୍ରୀଙ୍କୁ ସାମିଲ କରିନାହାନ୍ତି, ବରଂ ନିଜ ପିତାମାତାଙ୍କୁ ତାଲିକାର ଶୀର୍ଷ ସ୍ଥାନରେ ରଖିଛନ୍ତି । ଏହାସହିତ ଗୁରୁଜନଙ୍କୁ ଦ୍ବିତୀୟ ସ୍ଥାନରେ ରଖିଥିବାବେଳେ, ତୃତୀୟ ସ୍ଥାନରେ ଚାଚା ଚାଚିଙ୍କୁ ସ୍ଥାନ ଦେଇଛନ୍ତି । ୪ର୍ଥ ସ୍ଥାନରେ ସେ ଦିନ ମଜୁରିଆ, କୃଷକ ଓ ସାଧାରଣ ଜନତାଙ୍କୁ ସ୍ଥାନ ଦେଇଛନ୍ତି । ଏହା ସହିତ ନିଜ ଷ୍ଟାର ପ୍ରଚାରକ ତାଲିକାରେ ସେ ଭାଇ ଭଉଣୀ ଓ ସାଧାରଣ ଜନତାଙ୍କୁ ସାମିଲ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ସୋସିଆଲ ମିଡିଆରେ ଏହି ତାଲିକା ଏବେ ଖୁବ ଭାଇରାଲ ହେଉଥିବାବେଳେ, ଲୋକେ ମଧ୍ୟ ଏପରି ତାଲିକାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏ ନେଇ ରାଜୁ ଦାସ କହିଛନ୍ତି, "ଏହି ବିଧାନସଭା ନର୍ବାଚନ ମଣ୍ଡଳୀରେ ନିଜ ନାମାଙ୍କନ ପତ୍ର ଦାଖଲ କରିବାକୁ ମୋତେ ଉତ୍ସାହିତ କରିଛନ୍ତି । ସେମାନେ ମୋ ଉପରେ ଦୃଢ ଆଶା ବାନ୍ଧି ବସିଛନ୍ତି । ମୁଁ ଧାମନଗର ବାସୀଙ୍କ ସହିତ ଅଛି ଏବଂ ରହିବି ମଧ୍ୟ । ସେଥିଲାଗି ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛି ।"

ଅନ୍ୟପଟେ ବିଜେଡ଼ି ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକରେ ୪୦ ଜଣଙ୍କ ନାମ ରହିଛି । ମାତ୍ର ଏଥିରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାମ ନାହିଁ । କଂଗ୍ରେସ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମିଲ କରାଯାଇନାହିଁ । ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷିତ କରିଛି ।

ଏହା ବି ପଢନ୍ତୁ- Dhamnagar By-Poll: ବିଜେଡି ପାଇଁ ଥ୍ରେଟ୍ ହେବେ କି ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ?

ସେପଟେ ନିର୍ବାଚନରେ ବିଜୟୀ ହେବାକୁ ନେଇ ରାଜୁ ଦାସ ବେଶ ଆଶାବାଦୀ ରହିଥିବାବେଳେ, ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ଶାସକ ଦଳ ବିଜେଡ଼ି । ଏ ନେଇ ବରିଷ୍ଠ ବିଜେଡ଼ି ନେତା ଅମର ଶତପଥୀ କହିଛନ୍ତି, "ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦୃଢ ନେତୃତ୍ବ ଓ ବିକାଶକୁ ସମର୍ଥନ କରୁଛନ୍ତି । ରାଜୁ ଦାସ କିଛି ବ୍ୟକ୍ତିଗତ ସମର୍ଥକଙ୍କ ଭୋଟ ପାଇବେ । ତାଙ୍କ ମତଦାତାଙ୍କ ସଂଖ୍ୟା ଖୁବ କମ ରହିବ ।" ଏପଟେ ଶାସକ ଦଳ ବିଜେଡ଼ି ୩ୟ ସ୍ଥାନରେ ରହିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଏହା ବି ପଢନ୍ତୁ- Dhamnagar Bypoll: ରାଜେନ୍ଦ୍ରଙ୍କୁ ବିଜେଡି ଟଙ୍କା ଅଫର୍‌ କରୁଥିବା କଂଗ୍ରେସର ଅଭିଯୋଗ

ସୂଚନା ଥାଉ କି, ଗତ ୧୪ ତାରିଖରେ ଉପନିର୍ବାଚନ ଲାଗି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଭରି ସାରିଥିବାବେଳେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଛି । ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ । ୬ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଧାମନଗନର ଆସନ ପାଇଁ ଏହି ଉପନିର୍ବାଚନ ହେଉଛି । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପନେତା ଥିଲେ । ଗତ ସେପ୍ଟେମ୍ବର ୧୯ ତାରିଖରେ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ଇଟିଭି ଭାରତ, ଭଦ୍ରକ

Last Updated : Oct 17, 2022, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.