ETV Bharat / state

ରାମମନ୍ଦିର ଭୂମି ପୂଜନ: ଅଯୋଧ୍ୟା ଗଲା ଭଦ୍ରକାଳୀ ପୀଠର ମାଟି, ସାଳନ୍ଦୀ ନଦୀ ଜଳ - ଅଯୋଦ୍ଧ୍ୟା ଗଲା ସାଳନ୍ଦୀ ନଦୀର ଜଳ

ଅଯୋଦ୍ଧ୍ୟାରେ ଭବ୍ୟ ରାମ ମନ୍ଦିର ଭୁମି ପୂଜନ ପାଇଁ ଭଦ୍ରକ ସାଳନ୍ଦୀ ନଦୀର ଜଳ ଓ ମା ଭଦ୍ରକାଳୀଙ୍କ ପୀଠରୁ ମାଟି ପ୍ରେରଣା କରାଯାଇଛି ।

Soil of Bhadrakali Pitha, the water of the Salandi river sent to Ayodhya for Ram Tample
ରାମ ମନ୍ଦିର ଭୁମି ପୂଜନ: ଅଯୋଦ୍ଧ୍ୟା ଗଲା ଭଦ୍ରକାଳୀ ପୀଠର ମାଟି, ସାଳନ୍ଦୀ ନଦୀର ଜଳ
author img

By

Published : Jul 27, 2020, 5:22 PM IST

ଭଦ୍ରକ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ଭୁମି ପୂଜନ କାର୍ଯ୍ୟକ୍ରମ ଅଗଷ୍ଟ 5ରେ ହେବା ନେଇ ସୂଚନା ରହିଛି । ଏହାପୂର୍ବରୁ ଦେଶର ବିଭିନ୍ନ ଧାର୍ମିକ ପୀଠର ମାଟି ଓ ନଦୀର ଜଳ ଅଯୋଧ୍ୟା ପଠାଯାଉଛି ।

ରାମ ମନ୍ଦିର ଭୁମି ପୂଜନ: ଅଯୋଦ୍ଧ୍ୟା ଗଲା ଭଦ୍ରକାଳୀ ପୀଠର ମାଟି, ସାଳନ୍ଦୀ ନଦୀର ଜଳ

ଏହି କ୍ରମରେ ଭଦ୍ରକ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପୂଣ୍ୟତ୍ବୟା ପବିତ୍ର ସାଳନ୍ଦୀ ନଦୀର ଜଳ ଓ ଅନ୍ୟତମ ଶକ୍ତି ପୀଠ ପରମ ବୈଷ୍ଣବୀ ମା ଭଦ୍ରକାଳୀଙ୍କ ପୀଠରୁ ମାଟି ପ୍ରେରଣ କରା ଯାଇଛି ।

ମା' ଙ୍କ ପୀଠରୁ ମାଟି ସଂଗ୍ରହ କରିବା ପରେ ଏକ ସଙ୍କୀର୍ତ୍ତନ ମଣ୍ଡଳୀ, ମନ୍ଦିର ନିକଟସ୍ଥ ସାଳନ୍ଦୀ ନଦୀ ଘାଟକୁ ଯାଇଥିଲେ । ସେଠାରୁ ପବିତ୍ର ସାଳନ୍ଦୀ ନଦୀର ଜଳ ରୀତି ନୀତିରେ ବିଶେଷ ପୂଜାର୍ଚ୍ଚନା ପରେ ସଂଗ୍ରହ କରାଯାଇଥିଲା । ପରେ ଉଭୟ ମାଟି ଓ ଜଳକୁ ପୃଥକ ଭାବେ ସ୍ଵତନ୍ତ୍ର ପ୍ୟାକେଜ କରି ଡାକ ବିଭାଗ ଜରିଆରେ ଅଯୋଧ୍ୟା ପଠାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.